ରାଜ୍ୟ

ABVP victory : ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବଡ଼ ବିଜୟ, ୮୧%ରୁ ଅଧିକ କ୍ୟାମ୍ପସରେ ବିଜୟୀ

ଭୁବନେଶ୍ଵର, ୧୬/୧୦ : ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ଏଥିରେ ବଡ଼ ବିଜୟ ହାସଲ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ରାଜ୍ୟର ୮୧ ପ୍ରତିଶତରୁ ଅଧିକ କ୍ୟାମ୍ପସରେ ସଂଗଠନ ବିଜୟୀ ହୋଇଛି । ଏହା ରାଜ୍ୟର ଯୁବପିଢ଼ି ଓ ଜେନ୍‌-ଜି ଛାତ୍ରଛାତ୍ରୀଙ୍କ ସମର୍ଥନର ପ୍ରତିଫଳନ । ଦୀର୍ଘ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ଦାବିରେ ଏବିଭିପି ଆନ୍ଦୋଳନ କରିଆସୁଥିଲା । ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଇବାକୁ ସଂଗଠନ ଦାବି କରିଥିଲା । ନିର୍ବାଚନରେ ସମର୍ଥନ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ବିଜୟୀ ହୋଇଥିବା ଏବିଭିପି ଏବଂ ଅନ୍ୟ ସଂଗଠନର ସମସ୍ତ ଛାତ୍ରନେତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ।

ସଂଗଠନର ତଥ୍ୟ ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ ଏବିଭିପି କ୍ଲିନ୍‌ ସୁଇପ୍‌ କରିଛି । ଏଥିସହ ୮ଟି ସଭାପତି, ୮ଟି ଉପସଭାପତି, ୧୦ଟି ସମ୍ପାଦକ ଏବଂ ୧୧ଟି ସହକାରୀ ସାଧାରଣ ସମ୍ପାଦକ ପଦରେ ସଙ୍ଗଠନ ବିଜୟ ହାସଲ କରିଛି । ଏହି ବିଜୟ ଗଣତନ୍ତ୍ର ଓ ରାଷ୍ଟ୍ରବାଦୀ ବିଚାରର ବିଜୟ । ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଅଧିକାର ପାଇଁ ସଂଗଠନ ସବୁବେଳେ କ୍ୟାମ୍ପସରେ କାର୍ଯ୍ୟ କରିଆସୁଛି ଏବଂ ଆଗକୁ ମଧ୍ୟ ୩୬୫ ଦିନ ଛାତ୍ରଛାତ୍ରୀଙ୍କ ସହ ରହି କାମ କରିବ ବୋଲି ରାଜ୍ୟ ସମ୍ପାଦିକା କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button