ଦେଶ ବିଦେଶ

Ganja: ଅପରେସନ ଶୁଦ୍ଧି: ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର ଗଞ୍ଜେଇ କାରବାରକୁ ପଣ୍ଡ କରିଛି। ଜିଲ୍ଲାରେ ଅବୈଧ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍‌ ଶୁଦ୍ଧି’ ଅଭିଯାନ ଅଧୀନରେ କର୍ମା ଥାନା ପୁଲିସ ଏବଂ ଏସଓଜିର ଯୁଗ୍ମ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୋନଭଦ୍ର: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର ଗଞ୍ଜେଇ କାରବାରକୁ ପଣ୍ଡ କରିଛି। ଜିଲ୍ଲାରେ ଅବୈଧ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍‌ ଶୁଦ୍ଧି’ ଅଭିଯାନ ଅଧୀନରେ କର୍ମା ଥାନା ପୁଲିସ ଏବଂ ଏସଓଜିର ଯୁଗ୍ମ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଦୁଇଟି କାର୍‌ରୁ ପ୍ରାୟ ୧୧୮ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଓଡ଼ିଶାର ତିନି ଜଣ ଯୁବକଙ୍କୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଏସପି ଅଭିଷେକ ବର୍ମାଙ୍କ ନିର୍ଦ୍ଦେଶକ୍ରମେ କର୍ମା ଥାନା ପ୍ରଭାରୀ କମଲେଶ ପାଲ ଏବଂ ଏସଓଜି ପ୍ରଭାରୀ ରାମସ୍ୱରୂପ ବର୍ମାଙ୍କ ଟିମ୍‌ ହିଦୁଆରୀ ନିକଟରେ ଯାନବାହନ ଯାଞ୍ଚ କରୁଥିଲେ। ସେହି ସମୟରେ ଦୁଇଟି ସନ୍ଦିଗ୍ଧ କାର୍‌ (ଏକ୍ସୟୁଭି-୫୦୦ ଏବଂ ବ୍ରେଜା) ଆସୁଥିବା ଦେଖି ପୁଲିସ ସେଗୁଡ଼ିକୁ ଅଟକାଇ ତଲାସୀ ନେଇଥିଲା। କାର୍‌ଗୁଡ଼ିକ ଭିତରୁ ଛୋଟ ଛୋଟ ପ୍ୟାକେଟ୍‌ ମିଳିଥିଲା, ଯେଉଁଥିରେ ମୋଟ ୧୧୮ କିଲୋଗ୍ରାମ ୬୭୦ ଗ୍ରାମ ଗଞ୍ଜେଇ ରହିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button