ଦେଶ ବିଦେଶ

Rahul Gandhi: ରାହୁଲ ଗର୍ଭବତୀ ସାମ୍ବାଦିକଙ୍କୁ ଠେଲି ଦେଇଥିବା ଅଭିଯୋଗର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମ୍‌କୋର୍ଟ ଅଭିମୁଖେ ହୋଇଥିବା ଆନ୍ଦୋଳନ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଗର୍ଭବତୀ ସାମ୍ବାଦିକାଙ୍କୁ କୋର୍ଟ ପରିସରରେ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା।

ନୂଆଦିଲ୍ଲୀ: ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମ୍‌କୋର୍ଟ ଅଭିମୁଖେ ହୋଇଥିବା ଆନ୍ଦୋଳନ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଗର୍ଭବତୀ ସାମ୍ବାଦିକାଙ୍କୁ କୋର୍ଟ ପରିସରରେ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ସମ୍ପର୍କିତ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ଆସନ୍ତା ଅକ୍ଟୋବର ୨୬ କିମ୍ବା ୨୭ ତାରିଖରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି।

ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ ଗୁରୁବାର ସୁପ୍ରିମ୍‌କୋର୍ଟରେ ବିଭିନ୍ନ ଆବେଦନ ର ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜଣେ ମହିଳା ସାମ୍ବାଦିକାଙ୍କୁ କୋର୍ଟ ପରିସରରେ ଠେଲାପେଲା କରାଯାଇଥିଲା। ସେ ତିନି ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଭାଟିଆ ଦାବି କରିଥିଲେ। ଏହାପରେ ଖଣ୍ଡପୀଠ ଭାଟିଆଙ୍କୁ ଏହି ପ୍ରସଙ୍ଗରେ ଆବେଦନ କରିବାକୁ କହିଥିଲେ। ତଦନୁସାରେ ସେ ଆଜି ଆବେଦନ ଦାଖଲ କରିଥିଲେ। ଏହାର ଶୁଣାଣି ପାଇଁ ଖଣ୍ଡପୀଠ ରାଜି ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button