ଦେଶ ବିଦେଶ

Rubio: ରୁବିଓଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ୨୦ରେ: ମୁମ୍ବାଇ ଗସ୍ତକୁ ନେଇ ରାହୁଲଙ୍କ ପ୍ରଶ୍ନ ପରେ ସ୍ପଷ୍ଟ କଲା ବିଦେଶ ମନ୍ତ୍ରାଳୟ

ବିଦେଶ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ସ୍ପଷ୍ଟ କରିଛି ଯେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆସନ୍ତା ଅକ୍ଟୋବର ୨୦ ତାରିଖରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ କଥାବାର୍ତ୍ତା କରିବେ।

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ସ୍ପଷ୍ଟ କରିଛି ଯେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆସନ୍ତା ଅକ୍ଟୋବର ୨୦ ତାରିଖରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ କଥାବାର୍ତ୍ତା କରିବେ। ଏଥିସହ ଅକ୍ଟୋବର ୧୯ ଓ ୨୦ ତାରିଖରେ ସେ ୟୁଏଇର ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଅବଦୁଲ୍ଲା ବିନ୍‌ ଜାୟେଦ ଅଲ ନାହୟାନଙ୍କୁ ମୁମ୍ବାଇରେ ଆତିଥ୍ୟ ପ୍ରଦାନ କରିବେ।

ଆସନ୍ତା ସପ୍ତାହରେ ଜୟଶଙ୍କର ମୁମ୍ବାଇରେ କୌଣସି ବୈଠକ କରୁଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ବିଦେଶ ବ୍ୟାପାର ମନ୍ତ୍ରାଳୟ (ଏମ୍‌ଇଏ) ମୁଖପାତ୍ର ରଣଧୀର ଜୈସ୍ୱାଲ ଏହି ସୂଚନା ଦେଇଛନ୍ତି। ଜୟଶଙ୍କର ଅକ୍ଟୋବର ୨୦ ତାରିଖରେ ରୁବିଓଙ୍କ ସହ କଥାବାର୍ତ୍ତା କରିବା ସହ ଆମେରିକାର ସ୍ୱାଧୀନତାର ୨୫୦ ବର୍ଷ ପୂର୍ତ୍ତି ଉତ୍ସବରେ ସମ୍ମାନିତ ଅତିଥି (ଗେଷ୍ଟ୍‌ ଅଫ୍‌ ଅନର୍‌) ଭାବେ ଯୋଗ ଦେବେ ବୋଲି ସେ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ବାହାରେ ବିଦେଶୀ ପ୍ରତିନିଧିଙ୍କୁ ଆତିଥ୍ୟ ପ୍ରଦାନ କରିବା ଆଦୌ ଅସାଧାରଣ ଘଟଣା ନୁହେଁ ବୋଲି ଜୈସ୍ୱାଲ କହିଛନ୍ତି। ଗତ ଦଶନ୍ଧି ଧରି ଦିଲ୍ଲୀ ବାହାରେ ବିଦେଶୀ ପ୍ରତିନିଧିଙ୍କୁ ଆତିଥ୍ୟ ପ୍ରଦାନ କରାଯାଉଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପେନ୍‌ର ପ୍ରଧାନମନ୍ତ୍ରୀଙ୍କୁ ବରୋଦାରେ ଆତିଥ୍ୟ ପ୍ରଦାନ କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button