ଦେଶ ବିଦେଶ

IMF: ଚତୁର୍ଥ ବୃହତ୍ ଅର୍ଥନୀତି ହେବ ଭାରତ: ଜାପାନକୁ ପଛରେ ପକାଇବ: ଆଇଏମ୍‌ଏଫ୍‌ର ଆକଳନ

ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥିତି ମଜଭୁତ ହେବାକୁ ଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ନୂଆ ଆକଳନ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବ।

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥିତି ମଜଭୁତ ହେବାକୁ ଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ନୂଆ ଆକଳନ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବ। ଭାରତର ନାମମାତ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ୪.୫୨ ଟ୍ରିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

ଆଇଏମ୍‌ଏଫ୍‌ର ରିପୋର୍ଟ ଅନୁଯାୟୀ, ଜାପାନ ୨୦୨୬ରେ ଚତୁର୍ଥ ସ୍ଥାନରେ ରହିବ। ଜାପାନର ଜିଡିପି ୪.୩୪ ଟ୍ରିଲିଅନ ଡଲାର ରହିବା ନେଇ ଆକଳନ କରାଯାଇଛି। ଏହା ପଛକୁ ବ୍ରିଟେନ ଅର୍ଥନୀତିର ଆକାର ୪.୨୭ ଟ୍ରିଲିଅନ ଡଲାର ଏବଂ ଭାରତ ଅର୍ଥନୀତିର ଆକାର ୪.୦୬ ଟ୍ରିଲିଅନ ଡଲାର ରହିବ। ଫଳରେ ବ୍ରିଟେନ ଓ ଭାରତ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିବେ। କିନ୍ତୁ ୨୦୨୭ରେ ଭାରତର ଅର୍ଥନୀତି ଆକାର ୪.୫୨ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଏହାଦ୍ବାରା ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହେବ। ଏହା ପଛକୁ ବ୍ରିଟେନ ପଞ୍ଚମ (୪.୪୯ ଟ୍ରିଲିଅନ ଡଲାର) ଏବଂ ଜାପାନ ଷଷ୍ଠ (୪.୪୭ ଟ୍ରିଲିଅନ ଡଲାର) ସ୍ଥାନରେ ରହିବେ ବୋଲି ଆକଳନ କରାଯାଇଛି।ଆଇଏମ୍‌ଏଫ୍‌ର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମ୍ପର୍କିତ ଆର୍ଥିକ ରିପୋର୍ଟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଆଶା ପ୍ରକାଶ କରାଯାଇଛି। ୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ବିଶ୍ୱସ୍ତରରେ ଅନିଶ୍ଚିତତା ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ଭଳି ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୀତି ଗତି ବଜାୟ ରଖିଥିବା କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button