Durga Puja 2026: ପୂଜା ସୁରକ୍ଷାରେ ୬୦ ପ୍ଲାଟୁନ୍ ଫୋର୍ସ ଓ ୫୦୦ ଅଫିସର,ସୋସିଆଲ ମିଡ଼ିଆ ଉପରେ ନଜର ରଖିଛି ‘ସାଇବର ସେଲ୍’

କଟକ,୧୭/୧୦: ମହାଷଷ୍ଠୀରୁ ସହରରେ ଶାରଦୀୟ ପୂଜା ଆରମ୍ଭ ହେଉଛି । ଅକ୍ଟୋବର ୨୨ରେ ପୂଜାର ଅନ୍ତିମ ପର୍ବ ଭସାଣି ଉବତ୍ସ ଅନୁଷ୍ଠିତ ହେବ । ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା ସୁରକ୍ଷା ପାଇଁ ସହରରେ ୬୦ ପ୍ଲାଟୁନ ଫୋର୍ସ ମୁତୟନର ବ୍ୟବସ୍ଥା ହୋଇଛି । ଏଥିରେ ଓଏସଏପି, ଏସଓଜି, କୁଇକ ଆକ୍ସନ ଫୋର୍ସ ସାମିଲ ଅଛନ୍ତି । ସେହିପରି ୧ କମ୍ପାନୀ କେନ୍ଦ୍ରୀୟ ବଳ ବା ରାପିଡ୍ ଆକ୍ସନ୍ ଫୋର୍ସ ବି ସହର ଜଗିବେ । ୪୦ଜଣ ଡିଏସପି, ୫୫ ଇନ୍ସପେକ୍ଟର, ୪୦୦ ଏସଆଇ ଓ ଏଏସଆଇଙ୍କ ସହିତ ୮୪ ହାବିଲଦାର, ୬୦୦ କନଷ୍ଟେବଳ, ୭୦୦ ହୋମଗାର୍ଡଙ୍କ ହାତରେ ସୁରକ୍ଷା ଦାୟିତ ରହିବ । ଏହା ବାଦ୍ ପୂଜା ମଣ୍ଡପ ଓ ସହରର ମୁଖ୍ୟ ଛକରେ ଟ୍ରାଫିକ ପରିଚାଳନାରେ ସହଯୋଗ ପାଇଁ ପ୍ରାୟ ୭୦୦ ପୁଲିସ ଭଲ୍ୟୁଣ୍ଟିଅର ବା ସ୍ୱେଚ୍ଛାସେବୀ ରହିବେ । ଏହି ଭଲ୍ୟୁଣ୍ଟିଅରମାନଙ୍କୁ ପୂର୍ବରୁ ଆଇଡି କାର୍ଡ ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବିଭିନ୍ନ ଥାନାକୁ ୬ଟି ଜୋନ୍ ଓ ଦୁଇଟି ସେକ୍ଟରରେ ଭାଗ କରାଯାଇ ୬ ଜଣ ଏଡିସିପି ବା ଏଏସ୍ପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ




