ରାଜ୍ୟ

Shocking News: ଦୁର୍ଗାମେଢ଼ ତିଆରି ବେଳେ ଅଘଟଣ, ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ଦିଗପହଣ୍ଡି ୧୭/୧୦: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗାଁରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଗାପୂଜା ପାଇଁ ମେଢ଼ ତିଆରି କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ସିଦ୍ଧେଶ୍ୱର ଗାଁର ଜଗନ୍ନାଥ ବିଷୋୟୀ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଗାଁରେ ମହାଆଡ଼ମ୍ବରରେ ଦୁର୍ଗାପୂଜା ପାଳନ କରିବା ପାଇଁ ଯୁବକମାନେ ମିଳିତ ଭାବେ ଦୁର୍ଗାମେଢ଼ ତିଆରି କରୁଥିଲେ। ଏହି ସମୟରେ ହଠାତ୍ ଜଗନ୍ନାଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ। ତୁରନ୍ତ  ଜଗନ୍ନାଥକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେ ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ଜଣାପଡ଼ିବା ପରେ ସିଦ୍ଧେଶ୍ୱର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  । ଆଗକୁ ଦୁର୍ଗାପୂଜା ପାଳନ କରିବେ ନାହିଁ ତାହାକୁ ନେଇ ବିଚାର ବିମର୍ଶ ଚାଲିଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button