Durga Puja : ଆଜି ମା’ଙ୍କ ମହାସପ୍ତମୀ ପୂଜା, ଚଣ୍ଡିପାଠରେ କମ୍ପୁଛି ଦେବୀ ପୀଠ

ଭୁବନେଶ୍ଵର, ୧୭/୧୦ : ଆଜି ମା’ଙ୍କ ମହାସପ୍ତମୀ ପୂଜା । ଦେବୀ ପୀଠରେ ଚାଲିଛି ଷୋଡ଼ପଚାର ନୀତିକାନ୍ତି । ଚଣ୍ଡିପାଠରେ ଝଂକୃତ ହେଉଛି ପରିବେଶ । ବଲାଙ୍ଗିରରେ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ମାଁ ଆଜି କାଳରାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କ ଏହି ଭବ୍ୟ ରୂପ ଦେଖିବାକୁ ଭୋରରୁ ଧାଡ଼ି ଲଗାଇଛନ୍ତି ଭକ୍ତ । ନବରାତ୍ରର ୯ ଦିନ ମା’ ସମଲେଶ୍ବରୀ ନବଦୁର୍ଗାଙ୍କ ବେଶରେ ଦର୍ଶନ ଦେଇଥାନ୍ତି ।
ସେହିପରି ଆକର୍ଷଣୀୟ ତୋରଣରେ ଝଲସୁଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ । ଏଥର ଭୁବନେଶ୍ୱରର ପ୍ରସିଦ୍ଧ ବମିଖାଲ୍ ପୂଜା ମଣ୍ଡପର ଆକର୍ଷଣୀୟ ଥିମ୍ ‘ଦୁବାଇ ସିଟି’ ଦର୍ଶକଙ୍କ ମନ ମୋହୁଛି । ମରୁଭୂମିର ସହରକୁ ଓଡ଼ିଶାର ରାଜଧାନୀରେ ପ୍ରତିଫଳିତ କରିବାର ଏହି ନିର୍ମାଣ ଶୈଳୀ ଏବେ ସହରସାରା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ମାଆଙ୍କ ଦର୍ଶନ ସାଙ୍ଗକୁ ବିଦେଶୀ ନଗରୀର ଭବ୍ୟତାକୁ ଉପଭୋଗ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଛି । ଚଳିତବର୍ଷ ଡମଣା ପୂଜା ମଣ୍ଡପର ଏହି ସୁନ୍ଦର ଓ ଭବ୍ୟ ଆଧ୍ୟାତ୍ମିକ ଥିମ୍ ସହରବାସୀଙ୍କୁ ବେଶ୍ ଆକୃଷ୍ଟ କରୁଛି ।
ସୌଜନ୍ୟ ପ୍ରମେୟ




