ରାଜ୍ୟ

Durga puja 2026: ‘ଧୁଣୁଚି’ନୃତ୍ୟ ଓ ‘ଆନନ୍ଦ ମେଳା’ଆକର୍ଷଣ, ୬୪ବର୍ଷରେ କାଳୀବାଡ଼ି ସମିତି ଦୁର୍ଗାପୂଜା

ଭୁବନେଶ୍ୱର,୧୭\୧୦: ରାଜଧାନୀରେ ଦୀର୍ଘ ୬୪ବର୍ଷର ମା’ଦୁର୍ଗାଙ୍କ ପୂଜା । ଏଠି ପଶ୍ଚିମବଙ୍ଗର ମୂଳବାସିନ୍ଦାମାନେ ମିଳିମିଶି ମା’ଜଗତଜନନୀଙ୍କ ଆରାଧ୍ୟନା କରନ୍ତି । ଦଶହରା ଆସିଲେ ଘରେଘରେ ଉତ୍ସବର ମାହୋଲ ସୃଷ୍ଟି ହୁଏ । ଯିଏ ଯେଉଁଆଡେ ରହିଥାନ୍ତୁ ସମସ୍ତେ ଘରକୁ ଆସନ୍ତି । ହର୍ଷୋଲ୍ଲାସରେ ମା’ଙ୍କ ପୂଜାରେ ସାମିଲ ହୋଇଥାନ୍ତି । ବଙ୍ଗୀୟ ପରମ୍ପରା ଅନୁସାରେ ମାଙ୍କ ପୂଜାରେ ମହିଳାମାନେ ଏକତ୍ର ହୋଇ ସିନ୍ଦୁରଖେଳ ଓ ନୃତ୍ୟ କରନ୍ତି । ଧୁଣୁଚି ନୃତ୍ୟ ଓ ଆନନ୍ଦ ମେଳା ଏଠାରେ ମୁଖ୍ୟ ଆକର୍ଷଣ । ସ୍ଥାନୀୟ ଅଶୋକ ନଗରସ୍ଥିତ କାଳିବାଡ଼ି ସମିତିରେ ଏହି ଦୁର୍ଗା ପୂଜା ଦେଖିବାକୁ ମିଳେ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ୧୯୪୪ ମସିହାରୁ ପଶ୍ଚିମବଙ୍ଗର କିଛି ଲୋକେ ଆସି ଅଶୋକ ନଗରରେ ରହି ବେପାରବଣିଜ ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସ୍ୱର୍ଗତ ସତ୍ୟରଞ୍ଜନ ଦେ ଓ ଡ. ଚନ୍ଦ୍ରମୋହନ ଭୌମିକ କିଛି ଲୋକଙ୍କୁ ନେଇ ପ୍ରଥମେ ମାଙ୍କ ପୂଜା ଆରମ୍ଭ କରିଥିଲେ । ଧୀରେଧୀରେ ଏହି ପୂଜା ବେଶ୍ ପ୍ରତିଷ୍ଠା ଲାଭ କରିଛି । ପଶ୍ଚିମବଙ୍ଗର ପାଞ୍ଜି ଅନୁସାରେ ପୂଜାର ବିଧି ଧାର୍ଯ୍ୟ କରାଯାଏ । ସେଠାରୁ ହିଁ ବ୍ରାହ୍ମଣ ଓ ମୂର୍ତ୍ତି କାରିଗର ଆସିଥାନ୍ତି । ସମିତିର ନିଜସ୍ୱ ମଣ୍ଡପ ରହିଛି । ସେଠାରେ ୧୨ଫୁଟର ମୂର୍ତ୍ତି ପୂଜା ପାଏ । ପଞ୍ଚମୀରେ ଘଟ ପ୍ରତିଷ୍ଠା, ଷଷ୍ଠୀରେ ଦେବୀଙ୍କ ଆବାହନ ହୁଏ । ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀକୁ ମିଶାଇ ମୋଟ ୪ଦିନ ଧରି ପୂଜା ହୁଏ । ଓଡ଼ିଆ ପୂଜା ଠାରୁ ଏମାନେ ପୂଜା ପ୍ରଣାଳୀ ମଧ୍ୟ ଭିନ୍ନ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button