ଜାତୀୟ
Ethanol Production: ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ବନ୍ଦ ! କେନ୍ଦ୍ରର ବଡ଼ ନିଷ୍ପତ୍ତି, ଏବେ ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍

ନୂଆଦିଲ୍ଲୀ, ୧୭।୧୦: କେନ୍ଦ୍ର ସରକାର ୨୦୨୬-୨୭ ଯୋଗାଣ ବର୍ଷ ପାଇଁ ଇଥାନଲ୍ ଉତ୍ପାଦନରେ ଚିନି ଏବଂ ଏହାର ଉପ-ଉତ୍ପାଦଗୁଡ଼ିକର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶରେ ଚିନିର ଘରୋଇ ଯୋଗାଣ ବୃଦ୍ଧି ଏବଂ ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଭଳି ତୈଳ ବିପଣନ କମ୍ପାନୀଗୁଡ଼ିକ ଆଗାମୀ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଯୋଗାଣ ବର୍ଷ ପାଇଁ ୧,୧୦୦ କୋଟି ଲିଟର ଇଥାନଲ୍ କ୍ରୟ ପାଇଁ ବୋଲି ଆହ୍ୱାନ କରିଛନ୍ତି । ଶୁକ୍ରବାର ଜାରି ହୋଇଥିବା ନୂତନ ନିବିଦ୍ ଅନୁଯାୟୀ, ଚିନି ସିରପ୍ ଏବଂ ବି-ହେଭି ମୋଲାସେସ୍ ରୁ ପ୍ରସ୍ତୁତ ଇଥାନଲକୁ ସାମିଲ କରାଯାଇ ନାହିଁ ।
ସୌଜନ୍ୟ ପ୍ରମେୟ


