Shimla Earthquake: ସକାଳୁ ସକାଳୁ ହିମାଚଳରେ ଭୂକମ୍ପ ଝଟ୍କା; ଥରିଲା ମାଟି, ଘରୁ ବାହାରି ଦୌଡ଼ିଲେ ଲୋକ
ନୂଆଦିଲ୍ଲୀ,୧୭/୧୦; ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସକାଳୁ ସକାଳୁ ଭୂକମ୍ପ ଝଟକାରେ ଥରି ଉଠିଛି ସିମ୍ଲା । ରିକ୍ଟର ସ୍ଲେଲରେ ତୀବ୍ରତା ୪.୧ ରେକର୍ଡ ହୋଇଚି । ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଅକ୍ଟୋବର ୧୭ ତାରିଖ ସକାଳ ପ୍ରାୟ ୪ଟା ୩୬ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ ରେ ଏହି ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡ଼ିଛି।
ଭୂକମ୍ପର ଏହି ହଠାତ୍ ଅନୁଭୂତି ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ଦେଖାଦେଇଥିଲା, ସକାଳୁ ଲୋକମାନେ ନିଦରେ ଥିବା ବେଳେ ଅଚାନକ ଥରିବା ଯୋଗୁ ଡରିଯାଇଥିଲେ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହିମାଳୟ ଭଳି ପାର୍ବତ୍ୟ ଏବଂ ଭୂଗର୍ଭୀୟ ଭାବେ ଅତି ସମ୍ବେଦନଶୀଳ ତଥା ସକ୍ରିୟ ଅଞ୍ଚଳଗୁଡ଼ିକରେ ଟେକ୍ଟୋନିକ୍ ପ୍ଲେଟ୍ ମାନଙ୍କର ଗତିବିଧି କାରଣରୁ ଏପରି ଭୂକମ୍ପ ପ୍ରାୟତଃ ଘଟିଥାଏ। ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପ ଯୋଗୁଁ କୌଣସି ପ୍ରକାରର ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ



