ରାଜ୍ୟ

Librarian Meghna’s: ଲାଇବ୍ରେରିଆନ୍‌ ମେଘନାଙ୍କ ଚିତ୍ରକଳା ନିଶା: ମୃଣ୍ମୟୀ ମୂର୍ତ୍ତିଙ୍କ ଚିତ୍ର ଆଙ୍କି ପୂଜା କମିଟିକୁ ସମର୍ପଣ କରୁଛନ୍ତି

ପେସାରେ ଲାଇବ୍ରେରିଆନ୍‌। ନିଶା କିନ୍ତୁ ଚିତ୍ର ଆଙ୍କିବା। ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଚିତ୍ର ଆଙ୍କି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି ମେଘନା ପ୍ରିୟଦର୍ଶିନୀ ପାଣି। ଗତ ୩ ବର୍ଷ ହେଲା କଟକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୂର୍ତ୍ତିକୁ କାନ୍‌ଭାସ୍‌ରେ ତୋଳି ଧରୁଛନ୍ତି।

କଟକ: ପେସାରେ ଲାଇବ୍ରେରିଆନ୍‌। ନିଶା କିନ୍ତୁ ଚିତ୍ର ଆଙ୍କିବା। ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଚିତ୍ର ଆଙ୍କି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି ମେଘନା ପ୍ରିୟଦର୍ଶିନୀ ପାଣି। ଗତ ୩ ବର୍ଷ ହେଲା କଟକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୂର୍ତ୍ତିକୁ କାନ୍‌ଭାସ୍‌ରେ ତୋଳି ଧରୁଛନ୍ତି। ସିଡିଏ ସେକ୍ଟର୍‌-୧୩ ଅଞ୍ଚଳରେ ରହୁଥିବା ମେଘନାଙ୍କ ଛୋଟ ବେଳୁ ଚିତ୍ରକଳା ପ୍ରତି ଆଗ୍ରହ ଥିଲା। ସ୍ନାତକ ଶେଷ ହେବା ପରେ କେଏମ୍‌ସି ଅଧୀନରେ ଲାଇବ୍ରେରିଆନ୍‌ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ମଧ୍ୟରେ ତାଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଥିବା ଦୁର୍ବଳତା ପୁଣି ଉଜ୍ଜୀବିତ ହେଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button