ଜାତୀୟ

IIT Madras brain mapping: ମାନବ ମସ୍ତିଷ୍କର ୩ଡି ମ୍ୟାପ୍ ତିଆରି କରୁଛି IIT ମାଡ୍ରାସ, ଭ୍ରୂଣରୁ ୮୫ ବର୍ଷୀୟଙ୍କ ମସ୍ତିଷ୍କ ଯାଏଁ ହେବ ଗବେଷଣା !

ନୂଆଦିଲ୍ଲୀ, ୨୧।୧୦: ମାନବ ମସ୍ତିଷ୍କର ରହସ୍ୟ ଏବଂ ଏହାର ଜଟିଳତାକୁ ବୁଝିବା ପାଇଁ ଭାରତୀୟ ପ୍ରାଦୁର୍ଗିକୀ ସଂସ୍ଥାନ (ଆଇଆଇଟି) ମାଡ୍ରାସ ଏକ ଅଭିନବ ପଦକ୍ଷେପ ନେଇଛି । ସଂସ୍ଥାର ‘ସୁଧା ଗୋପାଳକ୍ରିଷ୍ଣନ୍ ବ୍ରେନ୍ ସେଣ୍ଟର’ (SGBC) ପକ୍ଷରୁ ଭ୍ରୂଣଠାରୁ ଆରମ୍ଭ କରି ୮୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ୧୦୦ଟି ମାନବ ମସ୍ତିଷ୍କର ବିସ୍ତୃତ ଥ୍ରୀ-ଡାଇମେନ୍ସନାଲ୍ (3D) ମ୍ୟାପ୍ ପ୍ରସ୍ତୁତ କରାଯାଉଛି । କୋଷିକା ସ୍ତରରେ ମସ୍ତିଷ୍କର ଗଠନ ଏବଂ ବୟସ ବୃଦ୍ଧି ସହ ଏଥିରେ ହେଉଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

କୋଷିକା ସ୍ତରରେ ମସ୍ତିଷ୍କ ଅନୁଧ୍ୟାନ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବିଶ୍ୱରେ ପ୍ରଥମ । ଏଥିରେ ଦାନ କରାଯାଇଥିବା ମସ୍ତିଷ୍କକୁ ପ୍ରଥମେ ଫ୍ରିଜ୍ କରାଯାଇ ମାନବ କେଶର ପ୍ରାୟ ଦଶମ ଭାଗ ଅର୍ଥାତ୍ ୧୦ରୁ ୨୦ ମାଇକ୍ରନ ପତଳା ଖଣ୍ଡରେ କଟାଯାଏ । ପରେ ଏଗୁଡ଼ିକର ସୂକ୍ଷ୍ମ ଚିତ୍ର ସଂଗ୍ରହ କରି ଏକ ସମ୍ପୂର୍ଣ୍ଣ 3D ମଡେଲ୍ ପ୍ରସ୍ତୁତ କରାଯାଉଛି । ପାରମ୍ପରିକ ଏମ୍ଆରଆଇ ସ୍କାନ୍ ଅପେକ୍ଷା ଏହି ଅତ୍ୟାଧୁନିକ ଆଟଲାସ୍ ଅଧିକ ସୂକ୍ଷ୍ମ ତଥ୍ୟ ପ୍ରଦାନ କରିବ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button