ଖେଳ

W IND VS ZIM: ହରମନ-ଶେଫାଳି ଝଡ଼…ମନ୍ଧାନାଙ୍କ ଯୁଗରେ ସିରିଜ୍ ବିଜୟ ଶୁଭାରମ୍ଭ, ଜିମ୍ୱାୱେକୁ କ୍ଲିନ୍‌ ସୁଇପ୍ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୨୧/୧୦: ମହିଳା ଭାରତ-ଜିମ୍ୱାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ସରିଛି । ନବନିଯୁକ୍ତ କ୍ୟାପ୍ଟେନ୍ ସ୍ମୃତି ମନ୍ଧାନାଙ୍କ ଯୁଗରେ ସିରିଜ୍ ବିଜୟର ଶୁଭାରମ୍ଭ ହୋଇଛି । ପୂର୍ବତନ କ୍ୟାପ୍ଚେନ୍ ହର୍ମନପ୍ରୀତ କୌରଙ୍କ ବିସ୍ଫୋରଣରେ ୯୨ ରନରେ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସିରିଜ କବଜା କରିଛି ଟିମ୍ ମନ୍ଧାନା । ୩-୦ରେ କ୍ଲିନ୍ ସିରିଜ୍ ମୂଳପୋଛ କରିଛି ଟିମ୍ ଇଣ୍ଡିଆ । ଭାଇସ୍ କ୍ୟାପ୍ଟେନ୍ ଶେଫାଳି ବର୍ମା ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିବା ବେଳେ ହର୍ମନପ୍ରୀତ କୌର ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ଭାରତ ୪ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭ୍ରମଣକାରୀ ଟିମକୁ ୯ ୱିକେଟରେ ପରାସ୍ତ କରିଥିଲା ।

ଭାରତର ଇନିଂସ- ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଷ୍ଟାର ଓପନର ଶେଫାଳି ବର୍ମା ୬୯ରନ ଦମଦାର ଇନିଂସ ଖେଳିଥିଲେ । ୧୮୬ ଷ୍ଟ୍ରାଇକ ରେଟରେ ସେ ୬ ଚୌକା ଏବଂ ୫ ଛକା ମାରିଥିଲେ । ସେହି ପରି ଅନୁଷ୍କା ଶର୍ମା ୨୮ ରନ କରିଥିଲେ । ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲା ନିକି ପ୍ରସାଦ ୯ ରନ କରିଥିଲେ । ଏହାପରେ ମୈଦାନକୁ ଓହ୍ଲାଇଥିଲେ ପୂର୍ବତନ କ୍ୟାପ୍ଟେନ୍ ଟିମ୍ ଇଣ୍ଡିଆର ବାଘୁଣି ହରମନପ୍ରୀତ କୌର । ସେ ଧୂଆଁଧାର ଇନିଂସ ଖେଳିଥିଲେ । ୪୧ ବଲରେ ୨୨୧.୯୫ ଷ୍ଟ୍ରାଇକ ରେଟରେ ୯୧ରନ ଇନିଂସ ଖେଳିଥିଲେ । ଯେଉଁଥିରେ ୧୦ଟି ଚୌକା ଓ ୫ଟି ଛକା ରହିଛି । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୧ ରନ୍, ଅରୁନ୍ଧତୀ ରେଡ୍ଡୀ ଏବଂ ପ୍ରେମା ରାୱତ ୪ ରନ୍ କରିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା ଖାତା ଖୋଲି ପାରିନଥିଲେ । ହରନମପ୍ରୀତ ଏବଂ ଶେଫାଳିଙ୍କ ଦମଦାର ଇନିଂସ ବଳରେ ଜିମ୍ୱାୱେ ଆଗରେ ଭାରତ ୨୧୭ରନର ପାହାଡ଼ ଛିଡା କରିଥିଲା ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button