ମନୋରଞ୍ଜନ

ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣା : ଟାର୍ଗେଟ୍‌ରେ ଥିଲେ ସଲମାନ, ଆକ୍ରମଣ ପଛରେ ବିଷ୍ଣୋଇ ଗ୍ୟାଙ୍ଗର ଝିଅଙ୍କ ହାତ

ନୂଆଦିଲ୍ଲୀ, ୨୧/୧୦ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଫାଇରିଂ ମାମଲାରେ ବଡ଼ ଖୁଲାସା । ଟାଇଗର ନୁହଁନ୍ତି ସୁଟରଙ୍କ ଟାର୍ଗେଟ୍ ରେ ଥିଲେ ଭାଇଜାନ୍ । ସଲମାନ ଖାନଙ୍କୁ ଆଟାକ୍ କରିବା ପାଇଁ ହୋଇଥିଲା ପୁରା ପ୍ଲାନ୍ । ହେଲେ ସଲମାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବଳୟ କାରଣରୁ ଏଥିରେ ସଫଳ ହୋଇପାରି ନଥିଲେ । ଏହାପରେ ଟାଇଗରଙ୍କୁ ଟାର୍ଗେଟ୍ କରିଥିଲେ । ଖାଲି ସେତିକି ନୁହେଁ ଏହି ଆକ୍ରମଣ ପଛରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ । ଗ୍ୟାଙ୍ଗର ୪ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ । ଏମାନଙ୍କ ମଧ୍ୟରେ ୨ ମହିଳା ସାମିଲ ଅଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କୁନାଲ, ସୁମିତ, ରାଧା ଓ ବବିତା । ଦିଲ୍ଲୀ ପୁଲିସ ଏମାନଙ୍କୁ ଗିରଫ କରି ମୁମ୍ଵାଇ ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ସୂଚନା ଅନୁସାରେ ଏମାନେ ବନ୍ଧୁକ ବ୍ୟବସ୍ଥା କରି ଆକ୍ରମଣକାରୀଙ୍କ ନିକଟକୁ ପଠାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ସାତକୁ ବୃଦ୍ଧି ପାଇଛି ।

ସୂଚନା ଥାଉକି, ସୋମବାର ଦିନ ମୁମ୍ବାଇ ପୁଲିସ ରାଜସ୍ଥାନର କୋଟାରୁ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ ୧୮ ବର୍ଷୀୟ ଫୁଲ ସିଂହ, ରେହାନ ଅନସାରି ଏବଂ ୨୨ ବର୍ଷୀୟ ହ୍ରିତିକ୍ କୁମାର ଓରଫ ରୋଶନ ରାମୁ ମହାତୋ । ଏହି ତିନି ଜଣ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି । ମଙ୍ଗଳବାର ବିଳମ୍ବିତ ରାତି ସୁଦ୍ଧା, ସେମାନଙ୍କୁ ସଡ଼କ ପଥରେ ମୁମ୍ବାଇ ଅଣାଯାଇଥିଲା, ଯେଉଁଠାରେ ସେମାନଙ୍କର ଡାକ୍ତରୀ ଯାଞ୍ଚ କରାଯାଇଥିଲା ଏବଂ ତା’ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ । ସେପଟେ ହରିୟାଣା ପୁଲିସ ସହାୟତାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button