ଖେଳ

Harmanpreet kaur: କ୍ୟାପ୍ଟେନ୍ସି ଛାଡିବା ପରେ ହରମନଙ୍କ ଧମାକା; ଇଣ୍ଟଭ୍ୟୁରେ ଭାବୁକ ହେଲେ, ମାଇକ୍ ଫୋପାଡି ଚାଲିଗଲେ…

ନୂଆଦିଲ୍ଲୀ,୨୧/୧୦: ୧୮ ଦିନ ତଳେ ହଠାତ୍ କ୍ୟାପ୍ଟେନ୍ସି ଛାଡିଲେ ହରମନପ୍ରୀତ କୌର । ଏ ନିଷ୍ପତ୍ତି କ୍ରିକେଟ୍ ଫ୍ୟାନ୍ସଙ୍କୁ ବିଶେଷ କରି ତାଙ୍କ ପ୍ରଶଂସକଙ୍କୁ ଚକିତ କରିଥିଲା । ତାଙ୍କ ସ୍ଥାନରେ ସ୍ମୃତି ମନ୍ଧାନାଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା । ସ୍ମୃତିଙ୍କ କ୍ୟାପ୍ଟେନ୍ସି ଯୁଗରେ ଜିମ୍ୱାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ଆରମ୍ଭ ହୋଇଥିଲା । ଭାରତ ଏହି ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏହି ବିଜୟ ଭତିରେ କିଛି ଏମିତି ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଅଧିନାୟକତ୍ୱ ଛାଡିବା ପରେ ଜିମ୍ୱାୱେ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଧୂଆଁଧାର ଇନିଂସ ଖେଳଥିଲେ ହରମନପ୍ରୀତ କୌର । ସେ ୨୨୧.୯୫ ଷ୍ଟ୍ରାଇକ୍ ରେଟରେ ୪୧ ବଲରେ ୯୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଯେଉଁଥିରେ ୧୦ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା ।

ଘଟଣା ଏହା ନୁହେଁ ବରଂ ଆଉ କିଛି । ଏହି ମ୍ୟାଚରେ ହରମନପ୍ରୀତ କୌର ୯୧ ରନର ଜବରଦସ୍ତ ଇନିଂସ ଖେଳିଥିଲେ। ଏହାକୁ ଆଧାର କରି ଭାରତ ବଡ଼ ସ୍କୋର ସ୍କୋର କରିଥିଲା ଏବଂ ପରେ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିଥିଲା । ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅଧିନାୟକତ୍ୱ ଛାଡିବା ପରେ ଏହା ତାଙ୍କର ପ୍ରଥମ ବଡ ଇନିଂସ ଥିଲା । ତେବେ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ କୌର ମିଡ୍ ଇନିଂସ ସାକ୍ଷାତକାରରେ ଭାବପ୍ରବଣ ଦେଖାଯାଉଥିଲେ। କେବଳ ଏତିକି ନୁହେଁ, ସାକ୍ଷାତକାର ଶେଷ କରିବା ସମୟରେ ସେ ମାଇକ୍ ମଧ୍ୟ ଫିଙ୍ଗିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କେହି କେହି ପ୍ରଶ୍ନ ଉଠାଇଛନ୍ତି ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନାଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଦୁହେଁ ମ୍ୟାଚ୍‌ରେ ଏକାଠି କେବେ ବି ନଜର ଆସିନାହାନ୍ତି ବୋଲି କହିଛନ୍ତି ୟୁଜର୍ସ । ମ୍ୟାଚ୍ ସରିବା ପରେ  ହରମନ ସାଥୀ ଖେଳାଳିଙ୍କ ସହ ହାତ ମିଳାଇଥିଲେ କିନ୍ତୁ ମନ୍ଧାନାଙ୍କ ସହ ସେ ହାତ ମିଳାଇଛନ୍ତି କି ନାହିଁ ତାହା ଦେଖିବାକୁ ମିଳିନଥିଲା । ଆଉ ଗୋଟିଏ କଥା କ୍ୟାପ୍ଟେନ୍ ସ୍ମୃତି ମନ୍ଧାନା ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ  ଆସିନଥିଲେ ।

ବଡ଼ ଇନିଂସ ଖେଳିବା ପରେ ପ୍ରତିକ୍ରିୟା ରଖି ହରମନପ୍ରୀତ କହିଥିଲେ, ମୁଁ ହିଂମାଶୁ ଭାଇଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି । ହିଂମାଶୁ ଭାଇଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବାକୁ ଚାହେଁ, ଯିଏ ମୋ ପାଇଁ ବହୁତ କଠିନ ପରିଶ୍ରମ କରିଛନ୍ତି ।  ଆଜିର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ତାଙ୍କରି ପାଇଁ ସମ୍ଭବ ହୋଇଛି । ଏ ଇନିଂସ ତାଙ୍କୁ ଉତ୍ସର୍ଗ କରୁଛି ।”  ଏହା କହିବା ପରେ ସ୍ମୃତି ଇମୋସନାଲ ହୋଇପଡିଥିଲେ । ଲୁହ ନିୟନ୍ତ୍ରଣ କରିପାରିନଥିଲେ । ମାଇକ୍ ଫିଙ୍ଗି ଚାଲିଯାଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button