ରାଜ୍ୟ
Sijimali-Kutrumali Protest Cases ଡା ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଏଆଇଏସ୍ଏଫ୍ର ଦାବି
ସିଜିମାଳି ଓ କୁଟ୍ରୁମାଳି ବକ୍ସାଇଟ୍ ଖଣି ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଡା. ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ଏଆଇଏସ୍ଏଫ୍ ନିନ୍ଦା କରିଛି। ଉଭୟଙ୍କ ମୁକ୍ତି ଓ ମାମଲାର ନିରପେକ୍ଷ ସମୀକ୍ଷା ପାଇଁ ସଂଗଠନ ଦାବି କରିଛି।

ଭୁବନେଶ୍ୱର:ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଓ କୁଟ୍ରୁମାଳି ପାହାଡ଼ରେ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ଚାଲିଥିବା ଜନଆନ୍ଦୋଳନ ସହ ଜଡ଼ିତ ଡା ରାଣ୍ଡାଲ୍ ସେକ୍ୱେରା ଓ ମା-ମାଟି-ମାଳି ସୁରକ୍ଷା ମଞ୍ଚର ନେତା ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଓଡ଼ିଶା ରାଜ୍ୟ ପରିଷଦ ଦୃଢ଼ ନିନ୍ଦା କରିଛି। ଉଭୟଙ୍କୁ ତୁରନ୍ତ ମୁକ୍ତ କରିବା ସହ ଆଦିବାସୀ ଓ ଦଳିତ ସମାଜର ନ୍ୟାୟସଙ୍ଗତ ଦାବି ଏବଂ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ସୌଜନ୍ୟ ସମ୍ବାଦ



