ରାଜ୍ୟ

Sijimali-Kutrumali Protest Cases ଡା ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଏଆଇଏସ୍ଏଫ୍‌ର ଦାବି

ସିଜିମାଳି ଓ କୁଟ୍ରୁମାଳି ବକ୍ସାଇଟ୍ ଖଣି ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଡା. ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ଏଆଇଏସ୍‌ଏଫ୍ ନିନ୍ଦା କରିଛି। ଉଭୟଙ୍କ ମୁକ୍ତି ଓ ମାମଲାର ନିରପେକ୍ଷ ସମୀକ୍ଷା ପାଇଁ ସଂଗଠନ ଦାବି କରିଛି।

ଭୁବନେଶ୍ୱର:ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଓ କୁଟ୍ରୁମାଳି ପାହାଡ଼ରେ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ଚାଲିଥିବା ଜନଆନ୍ଦୋଳନ ସହ ଜଡ଼ିତ ଡା ରାଣ୍ଡାଲ୍ ସେକ୍ୱେରା ଓ ମା-ମାଟି-ମାଳି ସୁରକ୍ଷା ମଞ୍ଚର ନେତା ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓଡ଼ିଶା ରାଜ୍ୟ ପରିଷଦ ଦୃଢ଼ ନିନ୍ଦା କରିଛି।  ଉଭୟଙ୍କୁ ତୁରନ୍ତ ମୁକ୍ତ କରିବା ସହ ଆଦିବାସୀ ଓ ଦଳିତ ସମାଜର ନ୍ୟାୟସଙ୍ଗତ ଦାବି ଏବଂ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଡା. ରାଣ୍ଡାଲ୍ ସେକ୍ୱେରା ଦୀର୍ଘଦିନ ଧରି ଦୁର୍ଗମ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସ୍ବେଚ୍ଛାକୃତ ଭାବେ ଲୋକଙ୍କ ସେବା କରୁଛନ୍ତି। ଅନ୍ୟପକ୍ଷରେ, ଲକ୍ଷ୍ମଣ ନାୟକ ଆଦିବାସୀ ଓ ଦଳିତ ସମାଜର ଅଧିକାର ପାଇଁ ବାରମ୍ବାର ସ୍ୱର ଉଠାଇ ଆସୁଛନ୍ତି। ଏପରି ବ୍ୟକ୍ତିମାନଙ୍କୁ ଗଣଆନ୍ଦୋଳନ ସହ ସମ୍ପୃକ୍ତି ଆଧାରରେ ଗୁରୁତର ଅପରାଧିକ ମାମଲାରେ ଛନ୍ଦିବାର ଅଭିଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଚିନ୍ତାଜନକ ସଙ୍କେତ। ଆଦିବାସୀ ଓ ଦଳିତ ସମାଜର ଅଧିକାର ପାଇଁ ଚାଲିଥିବା ନ୍ୟାୟସଙ୍ଗତ ସଂଘର୍ଷକୁ ଏଆଇଏସ୍ଏଫ୍ ଦୃଢ଼ ସମର୍ଥନ ଜଣାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button