Kalinga studio : ଖୋଲିଲା କଳିଙ୍ଗ ଷ୍ଟୁଡିଓ, ଏଣ୍ଟ୍ରି ୨୦ ଟଙ୍କା, ସ୍ନୋ-ପାର୍କ, ଥ୍ରିଡି ମୁଭି, ଭୂତ ବଙ୍ଗଳା ବୁଲିବାକୁ ୨୭୫ ଟଙ୍କା

ଭୁବନେଶ୍ୱର, ୨୨/୧୦ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି । ଖୋଲିଛି କଳିଙ୍ଗ ଷ୍ଟୁଡିଓ । ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାର୍ବଣ ଅବସରରେ ଉଭୟ ଦର୍ଶକ ଏବଂ ସୁଟିଂ ପାଇଁ ଷ୍ଟୁଡିଓକୁ ଖୋଲିଛନ୍ତି କଳିଙ୍ଗ ଷ୍ଟୁଡିଓଜ୍ ଲିମିଟେଡ୍ କର୍ତ୍ତୃପକ୍ଷ । ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି । ବୁଲିବା ପାଇଁ ଧାର୍ଯ୍ୟ ସମୟ ସହ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକ, ସିନେ ନିର୍ମାତା ଓ ଟୁର୍ ଅପରେଟରଙ୍କର ଯେଉଁ ଦାବି ବା ଉତ୍ସୁକତ ଥିଲା, ଷ୍ଟୁଡିଓ କେବେ ଖୋଲିବ ? ତାହା ଶେଷ ହୋଇଛି । ବର୍ତ୍ତମାନ ଷ୍ଟୁଡିଓ ଖୋଲିବା ପରେ ପ୍ରବଳ ଭିଡ଼ । ବୁଲିବା ଲାଗି ଦର୍ଶକଙ୍କ ସହ ସୁଟିଂ ପାଇଁ ବି ନିର୍ମାତାମାନେ ଲାଇନ୍ରେ ।
କର୍ତ୍ତୃପକ୍ଷଙ୍କ ପକ୍ଷରୁ ଷ୍ଟୁଡିଓରେ ମରାଯାଇଥିବା ଧାର୍ଯ୍ୟ ଟିକଟ୍ ଦର ଅନୁସାରେ ଷ୍ଟୁଡିଓ ଭିତରକୁ ସାଧାରଣ ପ୍ରବେଶ ପାଇଁ ଥରକୁ ଜଣକ ପିଛା ଟିକଟ୍ ଦର ୨୦ ଟଙ୍କା ରହିଛି । ଯାହା ବାଧ୍ୟତାମୂଳକ । ସେହିପରି ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ସ୍ନୋ- ପାର୍କ, ମୁଭି ମ୍ୟାଜିକ୍ (ଥ୍ରିଡି ମୁଭି) ଏବଂ ଆଡ୍ଭେଞ୍ଚର ଲ୍ୟାଣ୍ଡ୍ (ଭୂତ ବଙ୍ଗଳା) ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଟିକଟ୍ ରହିଛି । ସ୍ନୋ-ପାର୍କକୁ ୧୫୦ ଟଙ୍କା ଟିକଟ୍ ରହିଥିବା ବେଳେ ଥ୍ରିଡି ମୁଭି ୧୦୦ ଏବଂ ଭୂତ ବଙ୍ଗଳାକୁ ୨୫ ଟଙ୍କା ରହିଛି । ମୋଟ୍ ୨୭୫ଟଙ୍କା ହେଲେ ଏହି ୩ଟି ସ୍ଥାନ ବୁଲିପାରିବ । ବାକି ପ୍ରବେଶ ଟିକଟ୍କୁ ମିଶାଇଲେ ୨୯୫ ଟଙ୍କା ଦେଲେ ଜଣେ ପୂରା ଷ୍ଟୁଡିଓ ବୁଲି ଆସିବ । ପ୍ରତିଟି ସ୍ଥାନ ଲାଗି ଅଲଗା ଅଲଗା ଟିକଟ୍ ନେବାକୁ ପଡ଼ିବ ।
ସୌଜନ୍ୟ ପ୍ରମେୟ



