X Account Hacked:କମିଶନରେଟ୍ ପୁଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍, ୩ ଦିନ ହେବ ଟେର ପାଉନି ପୁଲିସ୍

ଭୁବନେଶ୍ୱର,୨୨\୧୦: ସାଇବର ସୁରକ୍ଷା ପାଇଁ ସଚେତନ କରୁଥିବା କମିଶନରେଟ୍ ପୁଲିସ୍ ସାଇବର ଅପରାଧୀଙ୍କ ପଞ୍ଝାରେ ପଡିଛି । ହ୍ୟାକରମାନେ କମିଶନରେଟ୍ ପୁଲିସର ଅଫିସିଆଲ୍ ଏକ୍ସ ଆକାଉଣ୍ଟକୁ ହ୍ୟାକ୍ କରି ସେମାନଙ୍କ ପାରିବା ପଣିଆ ଦେଖାଇଛନ୍ତି । ହ୍ୟାକ୍ ହେବାର ୩ ଦିନ ବିତି ଗଲାଣି । ହେଲେ ପୁଲିସ୍ କିଛି ଥଳକୂଳ ପାଉନି । ହ୍ୟାକର୍ସମାନେ ପୁଲିସ ଏହି ଗୁରୁତ୍ୱପୂର୍ଣ୍ଣ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲର ନିୟନ୍ତ୍ରଣ ହାତକୁ ନେଇ “ଏକ୍ସମ୍ୟାନ୍ ଏୟାରଡ୍ରପ୍’ନାମରେ ବିଭିନ୍ନ ଅନଧିକୃତ ପୋଷ୍ଟ ସେୟାର କରିଛନ୍ତି ।
ଗତ ୧୮ ତାରିଖ ବିଳମ୍ବିତ ରାତିରେ ହ୍ୟାକରମାନେ ବିଦେଶରୁ ପୁଲିସ୍ ଏକ୍ସ ଆକାଉଣ୍ଟକୁ ହ୍ୟାକ୍ କରି କିଛି ସନ୍ଦିଗ୍ଧ ପୋଷ୍ଟ କଲେ । ଏହି ସନ୍ଦିଗ୍ଧ ପୋଷ୍ଟଗୁଡ଼ିକରେ ଏସ୍ଆରପି କ୍ରିପ୍ଟୋକରେନ୍ସି ଏବଂ ଏକ୍ସମ୍ୟାନ୍ ୱାଲେଟ୍ରେ ନିବେଶ ସମ୍ୱନ୍ଧୀୟ କିଛି ତଥ୍ୟ ଦେଇଥିଲେ । ସାଇବର ଅପରାଧୀଙ୍କ ଏଭଳି କାଣ୍ଡ ଯହାକି ପୁଲିସର ସୋସିଆଲ୍ ମିଡିଆ ଆକାଉଣ୍ଟର ସୁରକ୍ଷାକୁ ନେଇ ବଡ଼ଚିନ୍ତା ସୃଷ୍ଟି କରିଛି । ବିଶେଷକରି ଦୁର୍ଗାପୂଜା ଉତ୍ସବ ସମୟରେ ରାଜଧାନୀବାସୀ ଏବଂ ଟ୍ରାଫିକ୍ ସମ୍ୱନ୍ଧୀୟ ଜରୁରୀ ଅପଡେଟ୍ ପାଇଁ ଅଫିସିଆଲ୍ ଆକାଉଣ୍ଟ୍ ଉପରେ ନିର୍ଭର କରୁଥିବା ସାଧାରଣ ଜନତାଙ୍କ ପାଇଁ ଏହା ବହୁ ଅସୁବିଧା ହୋଇଥିଲା ।
ସୌଜନ୍ୟ ପ୍ରମେୟ



