ରାଜ୍ୟ

ବଲାଙ୍ଗୀର ହସ୍ପିଟାଲରେ ଅଘଟଣ: ଶିଶୁ ସହ ମା’ର ମୃତ୍ୟୁ ପରେ ସ୍ବାମୀଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗୀର,୨୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ ମୃତ ବୋଲି ଜଣାପଡ଼ିଥିଲା। ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରୁ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସୋମବାର ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ପେଟରୁ ମୃତ ଶିଶୁ ବାହାର କରାଯାଇଥିଲା। ଗୁରୁବାର ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳାଙ୍କୁ ଦେଖିବା ପାଇଁ ହସ୍ପିଟାଲ ଭିତରକୁ ଯିବାବେଳେ ସ୍ବାମୀ ଅନୀଲ ବେହେରାଙ୍କୁ ହସ୍ପିଟାଲ ସିକ୍ୟୁରିଟି ଗାର୍ଡ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଉପସ୍ଥିତି ରହି ପଚରାଉଚରା କରୁଛି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button