ଦେଶ ବିଦେଶ

Earthquake: ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ

ତିବ୍ଦତରେ ଆଜି ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍‌ସି (ଚାଇନା ଆର୍ଥକ୍ୱେକ୍‌ ନେଟୱର୍କସ୍‌ ସେଣ୍ଟର) ଅନୁଯାୟୀ, ଉତ୍ତର ତିବ୍ଦତର ନାଗକୁ କାଉଣ୍ଟିରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି।

ନୂଆଦିଲ୍ଲୀ: ତିବ୍ଦତରେ ଆଜି ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍‌ସି (ଚାଇନା ଆର୍ଥକ୍ୱେକ୍‌ ନେଟୱର୍କସ୍‌ ସେଣ୍ଟର) ଅନୁଯାୟୀ, ଉତ୍ତର ତିବ୍ଦତର ନାଗକୁ କାଉଣ୍ଟିରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି। ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ତାଣ୍ଡବ ରଚିବାର କିଛି ସପ୍ତାହ ପରେ ଏହି ଭୂକମ୍ପ ହୋଇଥିବାରୁ ହିମାଳୟ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପୁଣି ଚିନ୍ତା ପ୍ରକାଶ ପାଇଛି।

ତେବେ ଭୂକମ୍ପରେ କେହି ମୃତାହତ ହୋଇଥିବା କିମ୍ବା କ୍ଷୟକ୍ଷତି ଘଟିଥିବା ନେଇ କୌଣସି ସୂଚନା ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ନେପାଳ ଓ ତିବ୍ଦତରେ ଆକସ୍ମିକ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ସହସ୍ରାଧିକ ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଏବେ ବି ୬ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button