ଦେଶ ବିଦେଶ

Saudi Arabia Mecca masjid: ମକ୍କା ମସଜିଦରେ ଅନୈତିକ ଆଚରଣ ଅଭିଯୋଗରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ, ବାକି ୨୦ ଜଣଙ୍କ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା

ଧର୍ମୀୟ ପବିତ୍ରତାର ସହର ମକ୍କା । ହେଲେ ଏହି ସହରର ଏକ ମସଜିଦରେ ଅନୈତିକ ଆଚରଣ ଅଭିଯୋଗରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ଏହି ଘଟଣାକୁ ନେଇ ଏବେ ବାଂଲାଦେଶରେ ତୀବ୍ର ଅସନ୍ତୋଷ। କିନ୍ତୁ କାହାଣୀ ଏତିକିରେ ସରିନାହିଁ। ସାଉଦି ଆରବର ଜେଲ୍‌ରେ ବନ୍ଦୀ ଥିବା ଆଉ ୨୦ ଜଣ ବାଂଲାଦେଶୀଙ୍କ ମୁଣ୍ଡ ଉପରେ ମଧ୍ୟ ଝୁଲୁଛି ମୃତ୍ୟୁର ଖଣ୍ଡା ।

ନୂଆଦିଲ୍ଲୀ: ଧର୍ମୀୟ ପବିତ୍ରତାର ସହର ମକ୍କା । ହେଲେ ଏହି ସହରର ଏକ ମସଜିଦରେ ଅନୈତିକ ଆଚରଣ ଅଭିଯୋଗରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ଏହି ଘଟଣାକୁ ନେଇ ଏବେ ବାଂଲାଦେଶରେ ତୀବ୍ର ଅସନ୍ତୋଷ। କିନ୍ତୁ କାହାଣୀ ଏତିକିରେ ସରିନାହିଁ। ସାଉଦି ଆରବର ଜେଲ୍‌ରେ ବନ୍ଦୀ ଥିବା ଆଉ ୨୦ ଜଣ ବାଂଲାଦେଶୀଙ୍କ ମୁଣ୍ଡ ଉପରେ ମଧ୍ୟ ଝୁଲୁଛି ମୃତ୍ୟୁର ଖଣ୍ଡା । ସେମାନଙ୍କୁ କେଉଁ ଦଣ୍ଡ ମିଳିଛି, ତାହା ଏବେ ବି ଅସ୍ପଷ୍ଟ। ରିପୋର୍ଟ ଅନୁସାରେ, ସାଉଦି ଆରବ ପକ୍ଷରୁ ବାଂଲାଦେଶକୁ ପଠାଯାଇଥିବା ଏକ ତାଲିକାରେ ୨୨ ଜଣ ବାଂଲାଦେଶୀଙ୍କ ନାଁ ରହିଛି। ସେମାନଙ୍କ ନାଁ ଆଗରେ ‘ଦୋଷୀ’ ବୋଲି ଉଲ୍ଲେଖ ଥିଲେ ମଧ୍ୟ କାହାକୁ କେଉଁ ଦଣ୍ଡ ମିଳିଛି, ତାହା ସ୍ପଷ୍ଟ କରାଯାଇନାହିଁ ।

ଏହି ତାଲିକାରେ ନଜରୁଲ ଇସଲାମ ଓ ସ୍ୱିଟି ଅଖତରଙ୍କ ନାଁ ମଧ୍ୟ ରହିଥିଲା । ଉଭୟଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ଖବର ପ୍ରକାଶ ପାଇବା ପରେ ବାଂଲାଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏହି ମାମଲାରେ ଆଉ ଏକ ବଡ଼ ପ୍ରଶ୍ନ ଉଠିଛି । ପ୍ରାରମ୍ଭିକ ରିପୋର୍ଟରେ ଉଭୟଙ୍କୁ ସ୍ୱାମୀ-ସ୍ତ୍ରୀ ବୋଲି କୁହାଯାଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି। ଏପରିକି ମାମଲାର ସମ୍ପୂର୍ଣ୍ଣ ତଥ୍ୟ ବାଂଲାଦେଶ ସରକାରଙ୍କୁ ଦିଆଯାଇନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତାଲିକାରେ ଥିବା ୨୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ହତ୍ୟା, ୫ ଜଣଙ୍କ ବିରୋଧରେ ଡ୍ରଗ୍ସ ଚୋରାଚାଲାଣ ଏବଂ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ରହିଛି। ଅବଶିଷ୍ଟ ୨୦ ଜଣଙ୍କ ଦଣ୍ଡ ସମ୍ପର୍କରେ ତଥ୍ୟ ପାଇଁ ଅକ୍ଟୋବର ୧୯ରେ ସାଉଦି ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛି ବାଂଲାଦେଶର ଜେଦ୍ଦାସ୍ଥିତ ମହାବାଣିଜ୍ୟ ଦୂତାବାସ। ଏବେ ସମସ୍ତଙ୍କ ନଜର ସାଉଦି ସରକାରଙ୍କ ଉତ୍ତର ଉପରେ। ବାକି ୨୦ ଜଣଙ୍କ ଭାଗ୍ୟ କ’ଣ ହେବ, ତାହା ଜାଣିବାକୁ ଅପେକ୍ଷା

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button