ରାଜ୍ୟ

Judgement: ମଦ ‌ଦୋକାନ ବନ୍ଦ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ

ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ମଦ ଦୋକାନ ଖୋଲିବା ପ୍ରସଂଗରେ ଦାଖଲ ଆପତ୍ତି/ଅଭିଯୋଗ ଗ୍ରହଣୀୟ ନୁହେଁ। ଓଡ଼ିଶା ଅବକାରୀ ନିୟମାବଳୀ‌ରେ ଧାର୍ଯ୍ୟ ସମୟସୀମା ପରେ ଦାଖଲ ଆପତ୍ତି/ଅଭିଯୋଗ ନିୟମ ୩୩ ଅନୁଯାୟୀ ଖାରଜ ଯୋଗ୍ୟ ବୋଲି...

କଟକ: ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ମଦ ଦୋକାନ ଖୋଲିବା ପ୍ରସଂଗରେ ଦାଖଲ ଆପତ୍ତି/ଅଭିଯୋଗ ଗ୍ରହଣୀୟ ନୁହେଁ। ଓଡ଼ିଶା ଅବକାରୀ ନିୟମାବଳୀ‌ରେ ଧାର୍ଯ୍ୟ ସମୟସୀମା ପରେ ଦାଖଲ ଆପତ୍ତି/ଅଭିଯୋଗ ନିୟମ ୩୩ ଅନୁଯାୟୀ ଖାରଜ ଯୋଗ୍ୟ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଗଞ୍ଜାମଜିଲ୍ଲା ଅନ୍ତର୍ଗତ ଚିକିଟି ଏନଏସି ଅଞ୍ଚଳରେ ଖୋଲିଥିବା ଏକ ମଦ ଦୋକାନକୁ ବନ୍ଦ କରିବାକୁ ନିବେଦନ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମଦ ଦୋକାନକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ଏହି ମଦ ଦୋକାନ ଖୋଲିବା ପୂର୍ବରୁ ନିୟମ ୩୧ ଓ ୩୨ରେ ଥିବା ବ୍ୟବସ୍ଥା ଅନୁସାରେ ଆପତ୍ତି/ଅଭିଯୋଗ ଆହ୍ବାନ କରାଯାଇଥିଲା। ଏଥି ପାଇଁ ସର୍ବସାଧାରଣ ନୋଟିସ ଜାରି କରାଯାଇଥିଲା। ପ୍ରସ୍ତାବିତ ମଦ ଦୋକାନ ପ୍ରସଂଗରେ ଯଦି କାହାର ଆପତ୍ତି ଓ ଅଭିଯୋଗ ରହିଥାଏ ତେବେ ନିର୍ଦ୍ଧାରିତ ସମୟସୀମା ଭିତରେ ଦାଖଲ କରବାକୁ ନୋଟିସ ଜାରି କରାଯାଇଥିଲା। ନୋଟିସ ଅବଧି ‌ଶେଷ ହେବା ପରେ ନିୟମ ୩୧ ଓ ୩୨ ଅନୁସାରେ ପ୍ରକ୍ରିୟା ଅନୁସରରଣ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା। ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ପରେ ଦୋକାନ ଖୋଲିଥିଲା। ଏହାପରେ ମନ୍ଦିର ଓ ସ୍କୁଲ ପାଖରେ ମଦ ଦୋକାନ ଖୋଲିଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ ଆପତ୍ତି ଦାଖଲ କରାଯାଇଥିଲା।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button