ରାଜ୍ୟ

Proposed Nuclear Project ତେନ୍ତୁଳିଖୁଣ୍ଟିରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପ ବିରୋଧରେ ଏକାଠି ହେଲେ ନବରଙ୍ଗପୁର ଓ କଳାହାଣ୍ଡି ବାସିନ୍ଦା

ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପ ବିରୋଧରେ ନବରଙ୍ଗପୁର ଓ କଳାହାଣ୍ଡିର ୧୦ ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ଜଳ, ଜମି, ଜଙ୍ଗଲ, ଜୀବିକା ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି:  ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ପ୍ରକଳ୍ପ ପାଇଁ ସର୍ଭେ ଓ ସ୍ଥାନ ଚିହ୍ନଟ ହୋଇଥିବା ଘଟଣା ପ୍ରସାରିତ ହେବା ପରେ ନବରଙ୍ଗପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିକଟରେ ତେନ୍ତୁଳିଖୁଣ୍ଟି ବାସିନ୍ଦା ଏହାକୁ ବିରୋଧ କରି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଏହି ବିରୋଧରେ ନିକଟସ୍ଥ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ଯୋଗ ଦେଇଛନ୍ତି।

ଆଜି (ଗୁରୁବାର) ତେନ୍ତୁଳିଖୁଣ୍ଟି ବ୍ଳକ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ହିର୍ମୀମୁଣ୍ଡାଠାରେ ଆୟୋଜିତ ସମାବେଶରେ ତେନ୍ତଳିଖୁଣ୍ଟି ବ୍ଲକର ୫ପଂଚାୟତ ଓ  କଳାହାଣ୍ଡି ଜିଲ୍ଲାର ୫ପଂଚାୟତର ସହସ୍ରାଧିକ ଲୋକ ସାମିଲ ହୋଇଥିଲେ ।
ପ୍ରତିବାଦକାରୀମାନେ କହିଛନ୍ତି, ଆଣବିକ ପ୍ରକଳ୍ପ ହେଲେ ଜଳ, ଜମି, ଜଙ୍ଗଲ, ଜୀବିକା ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ। ଏନେଇ ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି। ଜମି ଅଧିଗ୍ରହଣ ଓ ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button