Cricket: ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅର୍ଦ୍ଧଶତକ; ପ୍ରଥମ ଟି୨୦ରେ ସାମସନଙ୍କ ବଡ଼ ରେକର୍ଡ
ସଂଜୁ ସାମସନ ଗୁରୁବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ଯେଉଁ ଅଭିଳାଷ ନେଇ କ୍ରିଜକୁ ଓହ୍ଲାଇ ଥିଲେ, ତାହା ପୂରା କରିଛନ୍ତି। ମାତ୍ର ୨୩ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ।

ନୂଆଦିଲ୍ଲୀ: ସଂଜୁ ସାମସନ ଗୁରୁବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ଯେଉଁ ଅଭିଳାଷ ନେଇ କ୍ରିଜକୁ ଓହ୍ଲାଇ ଥିଲେ, ତାହା ପୂରା କରିଛନ୍ତି। ମାତ୍ର ୨୩ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଅଭିଷେକ ଶର୍ମାଙ୍କ ସହିତ ତାଙ୍କର ୯୩ ରନ୍ର ଭାଗିଦାରୀ ଭାରତର ମୂଳଦୁଆକୁ ବଳ ଯୋଗାଇଥିଲା। ସଂଜୁଙ୍କ ଏହି ଇନିଂସ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ସର୍ବାଧିକ ୫୦ ଅଥବା ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏହି ମାମଲାରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଏବେ ସବୁଠାରୁ ଉପରେ ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ସଂଜୁ ସାମସନ ଆରମ୍ଭରୁ ବଡ଼ବଡ଼ ସର୍ଟ ଖେଳିଥିଲେ। ସେ ୭ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ତାଙ୍କର ବ୍ୟାଟିଂର ସବୁଠାରୁ ବଡ଼ କଥା ହେଲା ଯେ, ସେ ବଲ୍କୁ ଡଟ୍ କରି ନଥିଲେ। ଅଭିଷେକ ଶର୍ମାଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ସଂଗ୍ରହ କରିଥିଲେ ଏବଂ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।
ଭାରତ ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟି-୨୦ ଅର୍ନ୍ତଜାତୀୟ କ୍ରିକେଟ୍ରେ ସର୍ବାଧିକ ୫୦ରୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ସେ ୨୦୨୨ରେ ୧୧ଥର ୫୦ କିମ୍ବା ଏଥିରୁ ଅଧିକ ସ୍କୋର କରିଛନ୍ତି। ସେହିବର୍ଷ ବିରାଟ କୋହଲି ୯ ଥର ଏହି ଉପଲବ୍ଧି ହାସଲ କରିଛନ୍ତି।
ଚଳିତ ବର୍ଷ ଅଭିଷେକ ଶର୍ମା ୯ଥର ୫୦ ରନ୍ କିମ୍ବା ଏଥିରୁ ଅଧିକ ରନ୍ କରିଛନ୍ତି। ଏହି ପ୍ରଦର୍ଶନ ୨୦୨୨ରେ ବିରାଟ କୋହଲି କରିଥିଲେ। ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଚଳିତ ବର୍ଷ ଭାରତୀୟ ଟିମ୍ ପାଇଁ ଗୁରୁତ୍ବପୂର୍ଣ୍ଣ। ତଥ୍ୟ ଅନୁସାରେ ଈଶାନ କିଶନ ଏବଂ ସଂଜୁ ସାମସନ ଚଳିତ ବର୍ଷ ୮-୮ ଥର ୫୦ରୁ ଅଧିକ ରନ୍ କରିଛନ୍ତି।
ସୌଜନ୍ୟ ସମ୍ବାଦ




