Woman’s Body: ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ନବରଙ୍ଗପୁରର ଉମରକୋଟ ନିକଟ ଚିକଲପଦର ସଂରକ୍ଷିତ ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ସନ୍ଦେହଜନକ ମୃତ୍ୟୁର ତଦନ୍ତ କରୁଛି ପୁଲିସ। ନବରଙ୍ଗପୁରରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନାହିଁ।

ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୁଲିସ କୁ ଖବର ଦେଇଥିଲେ। ମହିଳାଙ୍କ ମୃତଦେହ କ୍ଷତବିକ୍ଷତ ହେବା ସହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ମହିଳାଙ୍କ ଜୋତା ସହ କିଛି ପୋଷାକ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି।
ମହିଳାଙ୍କ ପରିଚୟ ମିଳିନାହିଁ
ଖବର ପାଇ ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ମୃତଦେହ ନିକଟରେ ପୁଲିସ ମୁତୟନ ରହିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଏହା ହତ୍ୟାକାଣ୍ଡ ନା ଅନ୍ୟ କୌଣସି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ନବରଙ୍ଗପୁରରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳିନାହିଁ।
ସୌଜନ୍ୟ ସମ୍ବାଦ




