ବିଶେଷ

A robot that’s a master of Kung Fu! କୁଙ୍ଗ୍‌ ଫୁରେ ମାହିର ରୋବଟ୍‌!

ରୋବଟ୍‌ କହିଲେ ଆମେ ଭାବୁ, ଏହା କେବଳ ମେସିନ୍‌ ଭଳି କାମ କରୁଥିବା ଗୋଟେ ଯନ୍ତ୍ର। କିନ୍ତୁ ଏବେ ରୋବଟ୍‌ ଲଢ଼େଇ କରିବା ସହ ଲୋକଙ୍କ ଜୀବନ ବଞ୍ଚାଇବା କାମ ବି କରିପାରିବ। ଚୀନ୍‌ର ୟୁନିଟ୍ରି ରୋବଟିକ୍ସ କମ୍ପାନି ଏଭଳି ଏକ ନୂଆ ରୋବଟ୍‌ ତିଆରି କରିଛି।

ରୋବଟ୍‌ କହିଲେ ଆମେ ଭାବୁ, ଏହା କେବଳ ମେସିନ୍‌ ଭଳି କାମ କରୁଥିବା ଗୋଟେ ଯନ୍ତ୍ର। କିନ୍ତୁ ଏବେ ରୋବଟ୍‌ ଲଢ଼େଇ କରିବା ସହ ଲୋକଙ୍କ ଜୀବନ ବଞ୍ଚାଇବା କାମ ବି କରିପାରିବ। ଚୀନ୍‌ର ୟୁନିଟ୍ରି ରୋବଟିକ୍ସ କମ୍ପାନି ଏଭଳି ଏକ ନୂଆ ରୋବଟ୍‌ ତିଆରି କରିଛି। ଏହାର ନାମ ‘ଏଚ୍‌୨-ଏକ୍ସ କୁଙ୍ଗ୍‌ ଫୁ ଲିଜେଣ୍ଡ୍‌ ଗାର୍ଡିଆନ୍‌’। ଏହି ରୋବଟ୍‌ କୁଙ୍ଗ୍‌ ଫୁ ନାମକ ସମର କଳାରେ ମାହିର। ଏହାର ଏକ ଭିଡିଓରେ ରୋବଟ୍‌ଟି କୁଙ୍ଗ୍‌ ଫୁ ଲଢ଼ିବା, ଆତ୍ମରକ୍ଷା କରିବା ଏବଂ ବିଭିନ୍ନ ଲଢ଼େଇ କୌଶଳ ଦେଖାଉଥିବା ନଜର ଆସିଛି। ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ରୋବଟ୍‌ଟି ସାମ୍ନାରେ ଥିବା ବ୍ୟକ୍ତିର ଗତିବିଧି ବୁଝି ପରବର୍ତ୍ତୀ ପଦକ୍ଷେପ ନେଇପାରିବ।

କେବଳ ଲଢ଼େଇ ନୁହେଁ, ଦୁର୍ଘଟଣା ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଏବଂ ନିଆଁ ଲିଭାଇବା ଭଳି କାମରେ ମଧ୍ୟ ଏହାକୁ ବ୍ୟବହାର କରିବାର ଯୋଜନା ରହିଛି ବୋଲି କମ୍ପାନି କହିଛି। ଏହି ରୋବଟ୍‌ର ମୂଳ ମଡେଲ୍‌ର ଉଚ୍ଚତା ପ୍ରାୟ ୬ ଫୁଟ୍‌ ଏବଂ ଓଜନ ପ୍ରାୟ ୭୦ କିଲୋଗ୍ରାମ। ଏହାର ହାତ ଓ ଗୋଡ଼ ମଣିଷ ଭଳି ହଲଚଲ କରିପାରେ। ଆଗକୁ ଏହି ରୋବଟ୍‌ ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ବିପଦପୂର୍ଣ୍ଣ କାମ କରିବାରେ ସାହାଯ୍ୟ କରିପାରେ। ତେବେ ଏହା ପ୍ରକୃତରେ କେତେ ସଫଳ ହେବ, ତାହା ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button