ବିଶେଷ

K-Beauty Injections: ଆମେରିକୀୟଙ୍କ ଚର୍ମରୁ କେ-ବିୟୁଟି ଇଞ୍ଜେକ୍‌ସନ୍‌

ଆଜିକାଲି ‘କେ-ବିୟୁଟି’ କୁହାଯାଉଥିବା ଦକ୍ଷିଣ କୋରିଆ ସ୍କିନ୍‌କେୟାର୍‌ ଓ କସ୍‌ମେଟିକ୍‌ ଟ୍ରେଣ୍ଡ୍‌ ଜୋର୍‌ ଧରିଛି। ଏଥିରେ ସ୍କିନ୍‌ ବୁଷ୍ଟର୍‌ ଭାବେ ଏକ ପ୍ରକାର ଇଞ୍ଜେକ୍‌ସନ୍‌ ଦିଆଯାଉଛି।

ଆଜିକାଲି ‘କେ-ବିୟୁଟି’ କୁହାଯାଉଥିବା ଦକ୍ଷିଣ କୋରିଆ ସ୍କିନ୍‌କେୟାର୍‌ ଓ କସ୍‌ମେଟିକ୍‌ ଟ୍ରେଣ୍ଡ୍‌ ଜୋର୍‌ ଧରିଛି। ଏଥିରେ ସ୍କିନ୍‌ ବୁଷ୍ଟର୍‌ ଭାବେ ଏକ ପ୍ରକାର ଇଞ୍ଜେକ୍‌ସନ୍‌ ଦିଆଯାଉଛି। ଏହି ଇଞ୍ଜେକ୍‌ସନ୍‌ ଦାନ କରାଯାଇଥିବା ମଣିଷ ଚର୍ମରୁ ପ୍ରସ୍ତୁତ ହେଉଛି ବୋଲି ଜଣାପଡ଼ିଛି। ହଂକଂ ସରକାରୀ କର୍ତ୍ତୃପକ୍ଷମାନେ ଚାରିଟି ବିୟୁଟି କେୟାର୍‌ କେନ୍ଦ୍ର ଉପରେ ଚଢ଼ଉ କରିଥିଲେ। ସେଠାରୁ ସେମାନେ ପ୍ରାୟ ୨୦ଟି ଏହି ପ୍ରକାର ଇଞ୍ଜେକ୍‌ସନ୍‌ ସିସି ଜବତ କରିଛନ୍ତି।

ଏହି ଇଞ୍ଜେକ୍‌ସନ୍‌ର ନଁା ‘ଏଲ୍‌ରୋଭି ରି-୨ଓ’। ଆମେରିକାରେ ମରିଯାଇଥିବା ଦାତାଙ୍କ ଟିସ୍ୟୁରେ ଏହା ତିଆରି କରାଯାଏ। ଏ କଥା ପ୍ରକାଶ କରିଛି ଏହି ଇଞ୍ଜେକ୍‌ସନ୍‌ର ଡିଷ୍ଟ୍ରିବ୍ୟୁଟର୍‌ ହ୍ୟୁମେଡିକ୍ସ୍‌। କମ୍ପାନିର ୱେବ୍‌ସାଇଟ୍‌ରେ ଲେଖାଯାଇଛି ଯେ ଏହା ‘ଫ୍ରିଜ୍‌ଡ୍‌-ଡ୍ରାଏଡ୍‌ ହୁମ୍ୟାନ୍‌ ଟିସ୍ୟୁ’। ହଂକଂ ସ୍ବାସ୍ଥ୍ୟ ବିଭାଗ ସାବଧାନ କରାଇ କହିଛି ଯେ, ଏହି ଇଞ୍ଜେକ୍‌ସନ୍‌ ବିଷୟରେ କୌଣସି କ୍ଲିନିକାଲ୍‌ ଡାଟା ନାହିଁ। ତେଣୁ, ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ଏହି ପ୍ରକ୍ରିୟାକୃତ ମଣିଷ ଟିସ୍ୟୁକୁ ଯେ ଇଞ୍ଜେକ୍‌ସନ୍‌ ଭାବେ ଦିଆଯାଇ ପାରିବ, ଏ ସମ୍ପର୍କରେ ଡାକ୍ତରମାନଙ୍କର ମଧ୍ୟ ସନ୍ଦେହ ହେଉଛି। କିଏ କହିବ ଏଥିରେ କ୍ଷତିକାରକ ଅଣୁଜୀବ ନାହିଁ ବୋଲି? ଏଥିରୁ ଯେଉଁ ଉପକାର ମିଳିବ ବୋଲି ବିଜ୍ଞାପନ ଦିଆଯାଉଛି, ତା’ର କୌଣସି ପ୍ରମାଣ ନାହିଁ। ‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ପତ୍ରିକା ରିପୋର୍ଟ କରିଛି ଯେ, ପ୍ରତିବର୍ଷ ମୃତ୍ୟୁ ପରେ ହଜାର ହଜାର ଆମେରିକୀୟ ସେମାନଙ୍କ ଦେହର ଟିସ୍ୟୁ ଦାନ କରୁଛନ୍ତି। ସେମାନଙ୍କ ଚର୍ମ ୟୁଏସ୍‌ ଟିସ୍ୟୁ ବ୍ୟାଙ୍କ୍‌ ଜରିଆରେ ଦକ୍ଷିଣ କୋରିଆରେ ଥିବା ବିଭିନ୍ନ ବାୟୋଟେକ୍ନୋଲୋଜି କମ୍ପାନିକୁ ଯୋଗାଇ ଦିଆଯାଉଛି। ଏହି କମ୍ପାନି ସବୁ ସେ ଚର୍ମକୁ ଡାକ୍ତରୀ ଓ ପ୍ରସାଧନ ସାମଗ୍ରୀ ତିଆରି ପାଇଁ ପ୍ରକ୍ରିୟାକରଣ କରୁଛନ୍ତି। ୟୁଆନ୍ତା ସିକ୍ୟୁରିଟିଜ୍‌ରେ ଥିବା ଆନାଲିଷ୍ଟ୍‌ଙ୍କ ମତରେ, ୨୦୨୬ରେ ଦକ୍ଷିଣ କୋରିଆରେ ଏହି ବ୍ୟବସାୟରୁ ପ୍ରାୟ ୭୧୧ କୋଟି ଟଙ୍କା ଆୟର ଲକ୍ଷ୍ୟ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button