ଦେଶ ବିଦେଶ

US Grand Prix: ୟୁଏସ୍‌ ଗ୍ରାଁ ପ୍ରି ଜିତିଲେ ଆଣ୍ଟୋନେଲ: ସର୍ବକନିଷ୍ଠ ଫର୍ମୁଲା ୱାନ୍‌ ବିଜେତା ହେବାର ନିକଟତର

ମର୍ସିଡିଜ୍‌ ଚାଳକ କିମି ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍‌ ବିଜେତା ହେବାର ନିକଟତର ହୋଇଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ମେକ୍ସିକୋ ଗ୍ରାଁ ପ୍ରିରେ ସେ ଏହି ମୁକୁଟ ନିଶ୍ଚିତ କରିନେବେ।

ଟେକ୍ସାସ୍‌: ମର୍ସିଡିଜ୍‌ ଚାଳକ କିମି ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍‌ ବିଜେତା ହେବାର ନିକଟତର ହୋଇଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ମେକ୍ସିକୋ ଗ୍ରାଁ ପ୍ରିରେ ସେ ଏହି ମୁକୁଟ ନିଶ୍ଚିତ କରିନେବେ। ସଂପ୍ରତି ସେ ଚାଳକ ଦୌଡ଼ରେ ୩୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ମର୍ସିଡିଜ୍‌ ସାଥୀ ଜର୍ଜ ରସେଲ (୨୪୨) ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଟେକ୍ସାସ୍‌ରେ ପୋଲ୍‌ ପୋଜିସନ୍‌ରୁ ରେସ୍‌ ଆରମ୍ଭ କରିଥିବା ଏହି ୨୦ ବର୍ଷୀୟ ଇଟାଲି ଯୁବକ, ତାରକା ଚାଳକ ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍‌ ଓ ରସେଲଙ୍କୁ ପଛରେ ପକାଇ ଚଳିତ ଋତୁରେ ନବମ ଗ୍ରାଁ ପ୍ରି ଜିତିଥିଲେ। ଫେରାରି ଚାଳକ ହାମିଲଟନ୍‌ ଚତୁର୍ଥ ଓ ରସେଲ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଆଣ୍ଟୋନେଲଙ୍କଠୁ ୧୩.୦୭୮ ସେକେଣ୍ଡ ଅଧିକ ସମୟରେ ରେସ୍‌ ଶେଷ କରି ଫେରାରିର ଚାର୍ଲେସ ଲେକ୍‌ଲର୍କ ଦ୍ବିତୀୟ ଓ ରେଡ୍‌ବୁଲର ମ୍ୟାକ୍ସ ଭର୍ସ୍ତାପେନ ତୃତୀୟ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button