ଦେଶ ବିଦେଶ
Bangladesh Shocked China: ଚୀନ୍କୁ ବାଂଲାଦେଶର ବଡ଼ ଝଟକା! ଭାରତକୁ ଘେରିବା ପାଇଁ ଡ୍ରାଗନ୍ର ରଣନୀତି ଫେଲ୍?
ଭାରତକୁ ଚାରିପଟୁ ଘେରିବାକୁ ଚୀନ୍ର ଯୋଜନାକୁ ଲାଗିପାରେ ବଡ଼ ଝଟକା! ଭାରତ ମହାସାଗର ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବା ସହ ବାଣିଜ୍ୟିକ ବନ୍ଦର ଜରିଆରେ ରଣନୈତିକ ଶକ୍ତି ବିସ୍ତାର କରିବାକୁ ଚୀନ୍ ଚେଷ୍ଟା କରୁଥିବା ବେଳେ ବାଂଲାଦେଶର ବନ୍ଦର ବିକାଶ ପ୍ରକଳ୍ପକୁ ନେଇ ନୂଆ ସମୀକରଣ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ଭାରତକୁ ଚାରିପଟୁ ଘେରିବାକୁ ଚୀନ୍ର ଯୋଜନାକୁ ଲାଗିପାରେ ବଡ଼ ଝଟକା! ଭାରତ ମହାସାଗର ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବା ସହ ବାଣିଜ୍ୟିକ ବନ୍ଦର ଜରିଆରେ ରଣନୈତିକ ଶକ୍ତି ବିସ୍ତାର କରିବାକୁ ଚୀନ୍ ଚେଷ୍ଟା କରୁଥିବା ବେଳେ ବାଂଲାଦେଶର ବନ୍ଦର ବିକାଶ ପ୍ରକଳ୍ପକୁ ନେଇ ନୂଆ ସମୀକରଣ ସାମ୍ନାକୁ ଆସିଛି। ବନ୍ଦର ଆଧୁନିକୀକରଣ ପାଇଁ ଅନ୍ୟ ଦେଶର କମ୍ପାନିଗୁଡ଼ିକୁ ଦାୟିତ୍ୱ ଦିଆଯିବା ଚୀନ୍ର ରଣନୀତିକୁ ପ୍ରଭାବିତ କରିପାରେ। ଚୀନ୍ର ଏହି ରଣନୀତିକୁ ‘ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲସ୍ କୁହାଯାଏ। ଏହା ଜରିଆରେ ଭାରତ ମହାସାଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ଦର ଓ ରଣନୈତିକ ଭିତ୍ତିଭୂମି ଉପରେ ପ୍ରଭାବ ବଢ଼ାଇବା ଚୀନ୍ର ଉଦ୍ଦେଶ୍ୟ ବୋଲି ବିଶ୍ଳେଷଣ କରାଯାଏ।
ସୌଜନ୍ୟ ସମ୍ବାଦ




