Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି
ଆଜିର ଡିଜିଟାଲ୍ ଯୁଗରେ ପିଲାମାନେ କଲମ ଧରିବା ପୂର୍ବରୁ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଟାଇପ୍ କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ଏଭଳି ଏକ ସମୟରେ ନେପାଳର ଜଣେ ସ୍କୁଲ ଛାତ୍ରୀ ତାଙ୍କର ଅଦ୍ଭୁତ ଏବଂ ସୁନ୍ଦର ହାତଲେଖା ପାଇଁ ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି।

କାଠମାଣ୍ଡୁ: ଆଜିର ଡିଜିଟାଲ୍ ଯୁଗରେ ପିଲାମାନେ କଲମ ଧରିବା ପୂର୍ବରୁ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଟାଇପ୍ କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ଏଭଳି ଏକ ସମୟରେ ନେପାଳର ଜଣେ ସ୍କୁଲ ଛାତ୍ରୀ ତାଙ୍କର ଅଦ୍ଭୁତ ଏବଂ ସୁନ୍ଦର ହାତଲେଖା ପାଇଁ ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି। ତାଙ୍କ ହାତଲେଖାକୁ ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ଭାବରେ ଗ୍ରହଣ କରାଯାଏ।
କମ୍ପ୍ୟୁଟର ପ୍ରିଣ୍ଟ୍ କି ହାତଲେଖା? ଲୋକେ ହୋଇଯାଇଥିଲେ ଭ୍ରମିତ
ନେପାଳର ‘ବୀରେନ୍ଦ୍ର ସୈନିକ ଆବାସୀୟ ମହାବିଦ୍ୟାଳୟ’ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମାତ୍ର ୧୪ ବର୍ଷ ବୟସ୍କା ପ୍ରକୃତି ମଲ୍ଲଙ୍କର ଏକ ସ୍କୁଲ୍ ଆସାଇନ୍ମେଣ୍ଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ସେ ଏକ ସାଧାରଣ ପେନ୍ ଓ କାଗଜରେ ଇଂରାଜୀରେ ଏକ ପ୍ରବନ୍ଧ ଲେଖିଥିଲେ। ତାଙ୍କ ଅକ୍ଷରଗୁଡ଼ିକର ଆକାର, ମଧ୍ୟରେ ସମାନ ଦୂରତ୍ୱ ଏବଂ ଧାଡ଼ିଗୁଡ଼ିକର ସଠିକ୍ ସଜ୍ଜା ଦେଖି ପ୍ରଥମେ କେହି ବିଶ୍ୱାସ କରିପାରି ନଥିଲେ ଯେ ଏହା ହାତରେ ଲେଖାଯାଇଛି। ଅନେକ ଲୋକ ଏହାକୁ କୌଣସି କମ୍ପ୍ୟୁଟରର ପ୍ରିଣ୍ଟ୍ ଆଉଟ୍ ବୋଲି ଭାବି ଭ୍ରମରେ ପଡ଼ିଥିଲେ।
ସୌଜନ୍ୟ ସମ୍ବାଦ




