ଦେଶ ବିଦେଶ

Cybercrime: ହାଇଦ୍ରାବାଦରେ ସାଇବାର ଅପରାଧ ଅଭିଯୋଗ କଲେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା

ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଭ୍ରାମକ ବିଷୟବସ୍ତୁ ପ୍ରସାରିତ କରାଯାଉଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ବିଜୟ ଦେବରକୋଣ୍ଡା ଓ ପତ୍ନୀ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଟିମ୍‌ ହାଇଦ୍ରାବାଦ ସାଇବର କ୍ରାଇମ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ହାଇଦ୍ରାବାଦ: ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଭ୍ରାମକ ବିଷୟବସ୍ତୁ ପ୍ରସାରିତ କରାଯାଉଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ବିଜୟ ଦେବରକୋଣ୍ଡା ଓ ପତ୍ନୀ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଟିମ୍‌ ହାଇଦ୍ରାବାଦ ସାଇବର କ୍ରାଇମ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିନେତା ଏହି ଘଟଣାର ତଦନ୍ତ ଚାହିଁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅନଲାଇନରେ ସେୟାର କରାଯାଉଥିବା କିଛି ବିଷୟବସ୍ତୁ ସମାଲୋଚନାର ସମସ୍ତ ସୀମା ଅତିକ୍ରମ କରୁଛି ଓ ଜାଣିଶୁଣି ସେମାନଙ୍କ ସମ୍ପର୍କରେ ଭୁଲ ସୂଚନା ପ୍ରସାର କରାଯାଉଛି।

ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ବିଜୟ ଓ ରଶ୍ମିକାଙ୍କ ଟିମ୍‌ ‘ବିରୋସ୍’ର ଜଣେ ସଦସ୍ୟ ବ୍ୟକ୍ତିଗତ ଭାବେ ଅଭିଯୋଗ ଦାଖଲ କରିଛନ୍ତି। ଅନେକ ପ୍ରକାରର ଅନଲାଇନ୍ ବିଷୟବସ୍ତୁକୁ ଉପରେ ଅଭିଯୋଗ କରିଛନ୍ତି, ଯେଉଁଥିରେ କଥିତ ଭାବରେ ମିଥ୍ୟା ଦାବି, ହେରଫେର୍‌ କରାଯାଇଥିବା ସ୍କ୍ରିନସଟ୍, ଅନଲାଇନ ନିର୍ଯାତନା ଅନ୍ତର୍ଭୁକ୍ତ। ବିରୋସ୍‌ ଟିମ୍‌ କର୍ତ୍ତୃପକ୍ଷଙ୍କୁ ଏହି ମାମଲା ଯାଞ୍ଚ କରିବାରେ ସାହାଯ୍ୟ କରିବା ପାଇଁ ଲିଙ୍କ୍ ଓ ସହାୟକ ସାମଗ୍ରୀ ମଧ୍ୟ ପ୍ରଦାନ କରିଛି। ନିକଟରେ ଏକ ଲୋକପ୍ରିୟ ସେଲିବ୍ରିଟି ଟକ୍‌ ସୋ’ରେ ସେମାନେ ଯୋଗ ଦେଇ ଯେଉଁ ମତାମତ ରଖିଥିଲେ ସେଗୁଡ଼ିକୁ ନେଇ ମିଥ୍ୟା ଓ ଭ୍ରାମକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button