ଦେଶ ବିଦେଶ

BJP: ବିଜେପିର ପାଲଟା ଆକ୍ରମଣ ‘କ୍ଷମା କରିବେ ଭାରତ ବିରୋଧୀ ଶକ୍ତି, ମୋଦୀ କୁଆଡ଼େ ଯିବେ ନାହିଁ’

ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ଇଣ୍ଡି ମେଣ୍ଟର ମେଗା ରୢାଲି ପୂର୍ବରୁ ରାଜନୈତିକ ବିବାଦ ମଧ୍ୟରେ ବିଜେପି ସୋମବାର ବିରୋଧୀଙ୍କ ଉଦ୍ଦେଶ୍ୟରେ ଏକ କଡ଼ା ବାର୍ତ୍ତା ପୋଷ୍ଟ କରିଛି।

ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ଇଣ୍ଡି ମେଣ୍ଟର ମେଗା ରୢାଲି ପୂର୍ବରୁ ରାଜନୈତିକ ବିବାଦ ମଧ୍ୟରେ ବିଜେପି ସୋମବାର ବିରୋଧୀଙ୍କ ଉଦ୍ଦେଶ୍ୟରେ ଏକ କଡ଼ା ବାର୍ତ୍ତା ପୋଷ୍ଟ କରିଛି। ବିଜେପି ଏହାର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛି, ‘କ୍ଷମା କରିବେ ଭାରତ ବିରୋଧୀ ଶକ୍ତି, କିନ୍ତୁ ମୋଦୀ କୁଆଡ଼େ ଯିବେ ନାହିଁ’।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ମୋଦୀଙ୍କ ବାପା ବି ଯିବେ’ ମନ୍ତବ୍ୟ ପ୍ରତିବାଦରେ ବିଜେପି ସୋମବାର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିବାବେଳେ ସାମାଜିକ ଗଣମାଧ୍ୟମରେ ଏପରି ମନ୍ତବ୍ୟ ପୋଷ୍ଟ କରିଛି। ଅନ୍ୟପକ୍ଷରେ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ଅଭିଯୋଗ କରି ବ୍ୟବସାୟୀମାନେ କଂଗ୍ରେସ ଉପରେ ନଭେମ୍ବର ୧ ରୢାଲିକୁ ସ୍ଥଗିତ ରଖିବା ପାଇଁ ଚାପ ପକାଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button