Bargarh Dhanu Yatra: ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଳ ମେହେର, ନୂଆ କଂସ ଚୟନ ନେଇ ଚର୍ଚ୍ଚା
ବରଗଡ଼ ଧନୁଯାତ୍ରା ୨୦୨୫-୨୬ରେ କଂସ ଭୂମିକାରୁ ଅବ୍ୟାହତି ନେଲେ ସୁଶୀଳ ମେହେର। ଅଭିନୟକୁ ନେଇ ଆପତ୍ତି ଓ ବିଭିନ୍ନ କମିଟିର ସୁପାରିଶ ପରେ ନୂଆ କଂସ ଚୟନକୁ ନେଇ ଉତ୍କଣ୍ଠା ବଢ଼ିଛି।

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ୨୦୨୫-୨୬ ଧନୁଯାତ୍ରା ନିମନ୍ତେ ଚର୍ଚ୍ଚିତ କଂସ ଭୂମିକା ନିମନ୍ତେ ଚୟନ ହୋଇଥିବା ସୁଶୀଳ ମେହେର ଆଜି ନିଜ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ଥରେ କଂସ ଭୂମିକା ନିମନ୍ତେ ଚୟନ ହେଲେ, ୩ ବର୍ଷ ନିମନ୍ତେ ଦାୟିତ୍ବ ତୁଲାଇବା ନିୟମ ରହିଥିବା ବେଳେ ବିଭିନ୍ନ ମହଲରୁ ପ୍ରତିବାଦକୁ ଦୃଷ୍ଟିରେ ରଖି ସୁଶୀଲ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
Bargarh Dhanu Yatra ଜାନୁଆରି ୧୨ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ବଦଳିବ କଂସ ମହାରାଜ
ସୁଶୀଲଙ୍କ ଅଭିନୟ ଭଲ ହେଉନଥିବା ନେଇ ବିଭିନ୍ନ ମହଲରୁ ଆପତ୍ତି ଉଠିଥିଲା। ନିକଟରେ ହୋଇଥିବା ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଥମ ବୈଠକରେ କଂସ ଭୂମିକାରୁ ସୁଶୀଳଙ୍କୁ ହଟାଇବାକୁ ମଧ୍ୟ ବିଭିନ୍ନ କମିଟି ସୁପାରିଶ କରିଥିଲେ। ଏହାକୁ ନେଇ ୧୫ ଦିନର ସମୟ ଭିତରେ ନିଷ୍ପତ୍ତି ଜଣାଇବାକୁ କହିଥିଲା ଧନୁଯାତ୍ରା ସମିତି l
ଆଜି ସୁଶୀଲ ନିଜର ସମର୍ଥକଙ୍କ ସହ ବରଗଡ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟାଳଙ୍କୁ ଭେଟି ଏହି ଅବ୍ୟାହତି ପତ୍ର ପ୍ରଦାନ କରିଛନ୍ତି। ଏନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନଙ୍କ ଦ୍ଵାରା ସୃଷ୍ଟି କରାଯାଇଥିବା ବିବାଦ ତାଙ୍କୁ ଅଶାନ୍ତି ଦେଇଛି। ଭବିଷ୍ୟତରେ ଧନୁଯାତ୍ରା ମହୋତ୍ସବ ସମିତି ମତେ ସୁଯୋଗ ଦେଲେ ପୁଣି ମଇଦାନକୁ ଓଲାଇବି ବୋଲି କହିଛନ୍ତି ସୁଶୀଳ l
ସୌଜନ୍ୟ ସମ୍ବାଦ




