ରାଜ୍ୟ

Paradip Port: ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରତିକୂଳ ପାଣିପାଗ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସତର୍କତାମୂଳକ ପଦକ୍ଷେପ

ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାରାଦୀପ ହାର୍ବର ମଧ୍ୟରେ ମାଛଧରା ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛନ୍ତି।

ପାରାଦୀପ: ବାତ୍ୟା ଅର୍ଣ୍ଣବ ଯୋଗୁଁପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାରାଦୀପ ହାର୍ବର ମଧ୍ୟରେ ମାଛଧରା ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛନ୍ତି।

୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ରଖାଯାଇଛି

ପାରାଦୀପ ବନ୍ଦରର ଇଷ୍ଟର୍ଣ୍ଣ କ୍ୱେ-୧ (EQ-1) ବର୍ଥରେ ୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ରଖାଯାଇଛି। ପ୍ରତିକୂଳ ପାଣିପାଗ ସମୟରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।

ସମୟୋଚିତ ପଦକ୍ଷେପ ଓ ଆଗୁଆ ପ୍ରସ୍ତୁତି ମାଧ୍ୟମରେ ଜୀବନ ସୁରକ୍ଷା ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ସହଯୋଗ କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରତିବଦ୍ଧ ରହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button