ରାଜ୍ୟ

Raid: କଲ୍ୟାଣସିଂହପୁର ପୁଲିସ ହାତରେ ଧରାପଡ଼ିଲେ ୪ ଜୁଆଡ଼ି

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ସକାଳୁ ସକାଳୁ କୌଣସି ସୂତ୍ରରୁ ଖବର ପାଇ ମଝିଗୁଡା ଅଞ୍ଚଳରେ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡାରେ କିଛି ଜୁଆଡ଼ିଙ୍କୁ ଠାବ କରିବାରେ ସକ୍ଷମ ହୋଇଛି |

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ସକାଳୁ ସକାଳୁ କୌଣସି ସୂତ୍ରରୁ ଖବର ପାଇ ମଝିଗୁଡା ଅଞ୍ଚଳରେ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡାରେ କିଛି ଜୁଆଡ଼ିଙ୍କୁ ଠାବ କରିବାରେ ସକ୍ଷମ ହୋଇଛି | ଆଡ୍ଡା ସ୍ଥଳରୁ ଚାରି ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫୮୧୦ ଟଙ୍କା ଜବତ କରିବା ସହ ଖେଳରେ ବ୍ୟବହୃତ କାର୍ଡ଼ ସହ ତିନିଗୋଟି ଫୋନ ଜବତକରିଛି।

ସେମାନଙ୍କୁ କଲ୍ୟାଣସିଂହପୁର ଥାନା କେସ ନମ୍ବର ୧୫୪/୨୬ ୟୁ/ଏସ ମାମଲା ରୁଜୁ କରି ଆଗକୁ ମଧ୍ୟ ଚଢ଼ାଉକୁ ଜୋରଦାର କରାଯିବ ବୋଲି ଥାନାଧିକାରୀ ଅଜିତ ପରିଡ଼ା କହିଛନ୍ତି |

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button