ଜାତୀୟ
Jaipur Robbery Case : କଲେକ୍ସନ୍ ଏଜେଣ୍ଟଙ୍କ ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଚୋରି, ତଥାପି ହାତରୁ ଛାଡିଲେନି କଚୋଡି

ନୂଆଦିଲ୍ଲୀ, ୨୮/୧୦: ରାସ୍ତାକଡ଼ରେ ଅଟକି କଚୋଡ଼ି ଖାଇବା ଜଣେ କଲେକ୍ସନ୍ ଏଜେଣ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି । ଜୟପୁରରେ ତାଙ୍କ ସ୍କୁଟର ପଛରେ ଝୁଲୁଥିବା ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଦୁଇଜଣ ଦୁର୍ବୃତ୍ତ ଲୁଟି ନେଇଛନ୍ତି । ତେବେ ଲୁଟ୍ର ଏହି ଘଟଣାରେ ଏଜେଣ୍ଟଙ୍କ ଏକ ଅଜବ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଟଙ୍କା ବ୍ୟାଗ୍ ଲୁଟ୍ ହେବା ପରେ ସେ ହାତରେ କଚୋଡ଼ି ପ୍ଲେଟ୍ ଧରି ଚୋରଙ୍କ ପଛରେ ଦୌଡ଼ିଥିଲେ ।
ଚମ୍ପାଲାଲ ନାମକ ଏହି କଲେକ୍ସନ୍ ଏଜେଣ୍ଟ ରାସ୍ତାରେ ଯାଉଥିବା ବେଳେ କଚୋଡ଼ି ଖାଇବା ପାଇଁ ଅଟକିଥିଲେ । ସେ ନିଜ ସ୍କୁଟରକୁ ରାସ୍ତାକଡ଼ରେ ପାର୍କିଂ କରିଥିଲେ । ସ୍କୁଟର ପଛପଟେ ୨୦ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ଝୁଲୁଥିଲା । ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଦୁଇଜଣ ଦୁର୍ବୃତ୍ତ ଏକ ସ୍କୁଟରରେ ସେଠାରେ ପହଞ୍ଚି ବ୍ୟାଗ୍ଟିକୁ ଝାମ୍ପି ନେଇଥିଲେ । ଏହାପରେ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସୌଜନ୍ୟ ପ୍ରମେୟ




