ଦେଶ ବିଦେଶ

S Jaishankar: ସାମରିକ ଶକ୍ତି ଦ୍ବାରା ବିଶ୍ୱର ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ହୋଇ ପାରିବ ନାହିଁ, କୂଟନୀତିର ଆବଶ୍ୟକତା ରହିଛି: ଏସ ଜୟଶଙ୍କର

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜି-୨୦ ପ୍ଲାଟଫର୍ମରୁ କହିଛନ୍ତି ଯେ, ସାମରିକ ଶକ୍ତି ଦ୍ବାରା ବିଶ୍ୱର ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ହୋଇପାରିବ ନାହିଁ। ସେ ବିଶ୍ୱ ନେତାମାନଙ୍କୁ କୂଟନୀତିକୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି।

ଆଟଲାଣ୍ଟା: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜି-୨୦ ପ୍ଲାଟଫର୍ମରୁ କହିଛନ୍ତି ଯେ, ସାମରିକ ଶକ୍ତି ଦ୍ବାରା ବିଶ୍ୱର ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ହୋଇପାରିବ ନାହିଁ। ସେ ବିଶ୍ୱ ନେତାମାନଙ୍କୁ କୂଟନୀତିକୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି। ଆମେରିକାର ଆଟଲାଣ୍ଟାରେ ଅନୁଷ୍ଠିତ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ସେ ଏହା କହିଛନ୍ତି।

ବୈଠକର ପ୍ରଥମ ପୂର୍ଣ୍ଣାଙ୍ଗ ଅଧିବେଶନରେ, ଭାରତୀୟ ବୈଦେଶିକ ମନ୍ତ୍ରୀ ବେସାମରିକ ଜାହାଜ ଏବଂ ନାବିକଙ୍କ ଉପରେ ଆକ୍ରମଣ ସମ୍ପର୍କରେ ଚିନ୍ତା ପ୍ରକାଶ କରି ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏନେଇ ସୂଚନା କହିଛନ୍ତି ଯେ, ଗ୍ଲୋବାଲ୍ ସାଉଥ୍ ସାଧାରଣ ନାଗରିକ ଜାହାଜ ଚଳାଚଳ ଏବଂ ନାବିକମାନଙ୍କ ଉପରେ ଆକ୍ରମଣରୁ ଅତ୍ୟଧିକ କ୍ଷତିଗ୍ରସ୍ତ ହେଉଛି, ଯାହା ଇନ୍ଧନ, ଖାଦ୍ୟ ଏବଂ ସାରର ଉପଲବ୍ଧତା ଏବଂ ମୂଲ୍ୟକୁ ବିପଦରେ ପକାଇଛି।

ଆକ୍ରମଣକୁ ତୁରନ୍ତ ରୋକିବା ଉପରେ ଗୁରୁତ୍ୱାରୋପ
ସେ ନୌଚାଳନାର ସ୍ୱାଧୀନତା ବଜାୟ ରଖିବା ଏବଂ ଆନ୍ତର୍ଜାତୀୟ ଆଇନ, ବିଶେଷକରି ଜାତିସଂଘ ସମୁଦ୍ର ଆଇନ ସମ୍ବନ୍ଧୀୟ ସମ୍ମିଳନୀକୁ କାର୍ଯ୍ୟକାରୀ କରି ବେସାମରିକ ଜାହାଜ ଉପରେ ଆକ୍ରମଣକୁ ତୁରନ୍ତ ରୋକିବା ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଛନ୍ତି ଯେ, ଭାରତ ଏବଂ ଲାଇବେରିଆ ନାବିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ମିଳିତ ପଦକ୍ଷେପ ଆରମ୍ଭ କରିଛନ୍ତି। ଆତଙ୍କବାଦର ବିପଦକୁ ଅଣଦେଖା କରିବା ବିରୋଧରେ ସେ ଚେତାବନୀ ଦେଇ କହିଛନ୍ତି, ଯେ ଏହା ଏକ ବିପଦପୂର୍ଣ୍ଣ କାର୍ଯ୍ୟକଳାପ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button