Relief for Cyclone Arnab-Affected Families ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ଅନୁଗ୍ରହ ରାଶି: ୧୦୮କୋଟି ଟଙ୍କା ମଞ୍ଜୁର
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଓ କୋରାପୁଟର ପରିବାରଙ୍କ ପାଇଁ SDRFରୁ ୧୦୭.୭୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର। ଯୋଗ୍ୟ ପରିବାର ପିଛା ମିଳିବ ୨,୫୦୦ ଟଙ୍କା।

- ଗଞ୍ଜାମଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ମଞ୍ଜୁର
- କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମଞ୍ଜୁର
- ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଅନୁଯାୟୀ ୨,୫୦୦ ଟଙ୍କା ହାରରେ ଗଞ୍ଜାମର ୪,୨୯,୭୮୨ ଓ କୋରାପୁଟର ୧,୦୫୧ଟି ପ୍ରଭାବିତ ପରିବାର ପାଇବେ ଅନୁଗ୍ରହ ସହାୟତା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁଯାୟୀ ବାତ୍ୟା ’ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ନଗଦ ଅନୁଗ୍ରହ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟସରକାର ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ୧୦୭ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମଞ୍ଜୁର କରିଛନ୍ତି।
ଆଜି (ବୁଧବାର) ପ୍ରକାଶ ପାଇଥିବା ପ୍ରେସ୍ ସୂଚନାନୁସାରେ, ଅନୁଦାନ ରାଶି ମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।
ମଞ୍ଜୁର ହୋଇଥିବା ଅର୍ଥରାଶି ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯୋଗାଇ ଦିଆଯିବ।
ସୌଜନ୍ୟ ସମ୍ବାଦ




