The toothbrush: ଟୁଥ୍ବ୍ରସ୍ କହିବ ଦାନ୍ତ ସଫା ହୋଇଛି କି ନାହିଁ!
ଦାନ୍ତ ସଫା କରିବା ପାଇଁ ଏବେ ବଜାରକୁ ଆସିଛି ଏକ ନୂଆ ସ୍ମାର୍ଟ ଟୁଥ୍ବ୍ରସ୍। ଚୀନ୍ରେ ସାଓମି ଲଞ୍ଚ କରିଛି ‘ମିଜିଆ ଇଲେକ୍ଟ୍ରିକ୍ ଟୁଥ୍ବ୍ରସ୍ ୨ ପ୍ରୋ’। ଏହାର ବିଶେଷତ୍ୱ ହେଉଛି, ଆପଣ ଦାନ୍ତ ଘଷିବା ସମୟରେ କେତେ ଭଲ ଭାବେ ସଫା ହେଉଛି...

ଦାନ୍ତ ସଫା କରିବା ପାଇଁ ଏବେ ବଜାରକୁ ଆସିଛି ଏକ ନୂଆ ସ୍ମାର୍ଟ ଟୁଥ୍ବ୍ରସ୍। ଚୀନ୍ରେ ସାଓମି ଲଞ୍ଚ କରିଛି ‘ମିଜିଆ ଇଲେକ୍ଟ୍ରିକ୍ ଟୁଥ୍ବ୍ରସ୍ ୨ ପ୍ରୋ’। ଏହାର ବିଶେଷତ୍ୱ ହେଉଛି, ଆପଣ ଦାନ୍ତ ଘଷିବା ସମୟରେ କେତେ ଭଲ ଭାବେ ସଫା ହେଉଛି, ଏହା ସେକଥା ମଧ୍ୟ ଜଣାଇଦେବ। ଏହି ଟୁଥ୍ବ୍ରସ୍ରେ ଏକ ରଙ୍ଗିନ ପରଦା ରହିଛି। ଏଥିରେ ଦାନ୍ତ ଘଷିବାର ସମୟ ଏବଂ ପାଟିର କେଉଁ ଅଂଶ ସଫା ହୋଇଛି, ତାହା ଦେଖିହେବ। କୌଣସି ଅଂଶ ସଫା କରିବାକୁ ଭୁଲିଗଲେ ଏହା ସତର୍କ କରାଇବ। ଏଥିରେ ୪ ମିନିଟ୍ର ଦାନ୍ତ ଘଷିବା ସମୟ ରଖାଯାଇଛି।
ଏହାର ଆଉ ଏକ ବିଶେଷତ୍ୱ ହେଉଛି ପ୍ରେସର୍ ଆଲର୍ଟ। ଦାନ୍ତ ଘଷିବାବେଳେ ଆପଣ ଅଧିକ କିମ୍ବା କମ୍ ଚାପ ପକାଉଥିଲେ ଏହା ସଙ୍କେତ ଦେବ। ଅଧିକ ଚାପ ପଡ଼ିଲେ ଏହା ନିଜେ କମ୍ପନର ଗତି କମାଇଦେବ। ଫଳରେ ଦାନ୍ତ ଓ ମାଢ଼ି ଉପରେ ଅଧିକ ଚାପ ପଡ଼ିବନାହିଁ। କମ୍ପାନିର ଦାବି ଅନୁସାରେ, ଥରେ ପୂରା ଚାର୍ଜ କଲେ ଏହା ୧୯୦ ଦିନ ପର୍ଯ୍ୟନ୍ତ ଚାଲିବ। ୟୁଏସ୍ବି ଟାଇପ୍-ସି ଚାର୍ଜରରେ ଏହାକୁ ଚାର୍ଜ କରିହେବ। ପୂରା ଚାର୍ଜ ହେବାକୁ ପ୍ରାୟ ୬ ଘଣ୍ଟା ଲାଗିବ। ଚୀନ୍ରେ ଏହାର ଦାମ୍ ୨୪୯ ୟୁଆନ୍ (ପ୍ରାୟ ୩,୫୦୦ ଟଙ୍କା) ରହିଛି। ଭାରତରେ ଏହାର ବିକ୍ରି ନେଇ କମ୍ପାନି କିଛି କହିନାହିଁ।
ସୌଜନ୍ୟ ସମ୍ବାଦ




