ବିଶେଷ

‘I need therapy’: ‘ମୋତେ ଥେରାପି ଦରକାର’

ଆଜିକାଲି ମାନସିକ ଚାପ, ପାଠପଢ଼ା କିମ୍ବା ଚାକିରିରେ ସମସ୍ୟା ଓ ସମ୍ପର୍କରେ ତିକ୍ତତା ଏକ ସାଧାରଣ କଥା। ଏହି ସମସ୍ୟାରୁ ମୁକ୍ତି ପାଇଁ ଜଣେ ମନୋବିଜ୍ଞାନୀ କିମ୍ବା କାଉନ୍‌ସେଲର୍‌ଙ୍କ ପରାମର୍ଶ ନେବା ବା ତାଙ୍କ ପରାମର୍ଶରେ ଥେରାପି ନେବା ଉଚିତ।

ଆଜିକାଲି ମାନସିକ ଚାପ, ପାଠପଢ଼ା କିମ୍ବା ଚାକିରିରେ ସମସ୍ୟା ଓ ସମ୍ପର୍କରେ ତିକ୍ତତା ଏକ ସାଧାରଣ କଥା। ଏହି ସମସ୍ୟାରୁ ମୁକ୍ତି ପାଇଁ ଜଣେ ମନୋବିଜ୍ଞାନୀ କିମ୍ବା କାଉନ୍‌ସେଲର୍‌ଙ୍କ ପରାମର୍ଶ ନେବା ବା ତାଙ୍କ ପରାମର୍ଶରେ ଥେରାପି ନେବା ଉଚିତ। ତେବେ ଆମ ସମାଜରେ ବାପା-ମା’ଙ୍କ ଆଗରେ ‘ମୋତେ ଥେରାପି ଦରକାର’ ବୋଲି କହିବା ସହଜ ନୁହେଁ। ଅନେକ ସମୟରେ ପିଲାମାନେ ଏହି ବିଷୟରେ କଥା ହେବାକୁ ଡରନ୍ତି। କାରଣ ସେମାନଙ୍କୁ ଲାଗେ ଯେ, ପରିବାର ଲୋକେ ଏହାକୁ ହାଲୁକା ଭାବେ ନେବେ କିମ୍ବା ଥଟ୍ଟା କରିବେ। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକରେ ଥେରାପିକୁ ନେଇ କିଛି ଭୁଲ୍ ଧାରଣା ରହିଛି। ଲୋକେ କ’ଣ କହିବେ- ଏହି ଭୟ ଭାରତୀୟ ବାପା-ମା’ଙ୍କର ସବୁଠାରୁ ବଡ଼ ସମସ୍ୟା। ଅନେକ ବାପା-ମା’ ଭାବନ୍ତି ଯେ, ଥେରାପି କେବଳ ସେତେବେଳେ ଦରକାର, ଯେତେବେଳେ ପୁଅ କି ଝିଅ ଗୁରୁତର ମାନସିକ ରୋଗର ଶିକାର ହେବ। ସେହିପରି ଯଦି ପିଲା ମାନସିକ ଚାପରେ ଥିବା କଥା କହେ, ତେବେ ବାପା-ମା’ ଭାବନ୍ତି ଯେ, ସେମାନଙ୍କ ଲାଳନପାଳନରେ କିଛି ତ୍ରୁଟି ରହିଯାଇଛି। ସେହିପରି ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିବା, ଯୋଗ ବା ପ୍ରାର୍ଥନା ଆଦି ସୁଅଭ୍ୟାସ ମାନସିକ ସମସ୍ୟାର ସମାଧାନ କରିପାରେନାହିଁ।

ବାପା-ମା’ଙ୍କୁ ବୁଝାଇବାର ସହଜ ଉପାୟ

 କଥାବାର୍ତ୍ତା ଶୈଳୀ ବଦଳାନ୍ତୁ। ‘ମୋର ମାନସିକ ଚିକିତ୍ସା ଦରକାର’ କହିବା ପରିବର୍ତ୍ତେ ‘ମୋତେ କଲେଜ୍‌ ବା ଅଫିସ୍‌ର ଚାପ ସମ୍ଭାଳିବାରେ ଟିକେ କଷ୍ଟ ହେଉଛି’ ବା ‘ଜଣେ କାଉନ୍‌ସେଲର୍‌ଙ୍କ ସହ କଥା ହୋଇ ଏହାକୁ ସୁଧାରିବାକୁ ଚାହୁଁଥିବା’ କହନ୍ତୁ।
 ଯଦି ସେମାନେ ସନ୍ଦେହ କରୁଛନ୍ତି, ତେବେ ସେମାନଙ୍କୁ କାଉନ୍‌ସେଲିଂର ପ୍ରଥମ ସେସନ୍‌କୁ ସାଙ୍ଗରେ ଆସିବାକୁ ଅନୁରୋଧ କରନ୍ତୁ।

 ସେମାନଙ୍କୁ ବୁଝାନ୍ତୁ ଯେ, ଥେରାପି କେବଳ କଥାବାର୍ତ୍ତା ଦ୍ୱାରା ସମସ୍ୟାର ସମାଧାନ କରେ। ଏଥିପାଇଁ କୌଣସି ଔଷଧ କିମ୍ବା ମାନସିକ ରୋଗର ଟ୍ୟାଗ୍ ଦରକାର ହୁଏନାହିଁ।
 ସରକାର ତଥା ଶିକ୍ଷା ବୋର୍ଡଗୁଡ଼ିକ ଆଜିକାଲି ସ୍କୁଲ୍‌, କଲେଜ୍‌ରେ କାଉନ୍‌ସେଲର୍‌ ରଖିବା ବାଧ୍ୟତାମୂଳକ କରିଛନ୍ତି। ଏହା ଶିକ୍ଷାର ଏକ ଅଂଶ।
 ଆମେ ଯେପରି ଟ୍ୟୁସନ୍‌ ଯାଉ କିମ୍ବା ଖେଳ ପାଇଁ କୋଚ୍‌ଙ୍କ ପାଖକୁ ଯାଉ, ସେହିପରି ଆମ ମନର ବିଭିନ୍ନ ଚାପ କମାଇବା ପାଇଁ ଜଣେ ବିଶେଷଜ୍ଞଙ୍କ ସହଯୋଗ ନେବା ସବୁ ଦୃଷ୍ଟିରୁ ଭଲ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button