Hardeep Singh Puri: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଦୌଡ଼ରେ ଥିବା ଅନ୍ୟ ୨ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ ହୋଇଯିବାରୁ ପୁରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ଭୋପାଳ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଦୌଡ଼ରେ ଥିବା ଅନ୍ୟ ୨ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ ହୋଇଯିବାରୁ ପୁରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲ ଆଜି ରାଜ୍ୟ ବିଧାନସଭାରେ ନିର୍ବାଚନ ଅଧିକାରୀ ଉମେଶ କୁମାର ଶର୍ମାଙ୍କଠାରୁ ହରଦୀପ ସିଂହ ପୁରୀଙ୍କର ନିର୍ବାଚନ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଦା, ଏବଂ ବିଜେପି ବିଧାୟକ ରାମେଶ୍ବର ଶର୍ମା ଏବଂ ଭଗୱାନଦାସ ସବନାନୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ କଂଗ୍ରେସ ନେତା ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ଦ୍ବାରା ପୁରୀଙ୍କ ପ୍ରାର୍ଥିପତ୍ରକୁ ନେଇ କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଅଧିକାରୀ ଭଲଭାବେ ଯାଞ୍ଚ କରି ଏହାକୁ ଖାରଜ କରିଦେବା ପରେ ତାଙ୍କ ପ୍ରାର୍ଥିପତ୍ର ଗ୍ରହଣ କରାଯାଇଥିଲା।
ରାଜକୁମାର ଲୋହାନୀ ଏବଂ କାନ୍ତେ ସୟନ୍ନାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ ହେବା ଫଳରେ ପୁରୀ ନିର୍ବାଚନ ଦୌଡ଼ରେ ଏକମାତ୍ର ପ୍ରାର୍ଥୀ ରହିଥିଲେ ଏବଂ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୧୪ ତାରିଖରେ ମନ୍ତ୍ରୀ ଏଲ୍ ମୁରୁଗାନ୍ଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଆବଶ୍ୟକ ହୋଇଥିଲା। ଏଲ୍ ମୁରୁଗାନ୍ଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୨ ତାରିଖରେ ଶେଷ ହେବାର ଥିଲା।
ସୌଜନ୍ୟ ସମ୍ବାଦ




