ଦେଶ ବିଦେଶ

Earthquake: ସକାଳୁ ସକାଳୁ ଦୁଇ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ

ଶୁକ୍ରବାର ସକାଳେ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ହିମାଚଳର ଚମ୍ବା ଜିଲ୍ଲାରେ ୩.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ତେଲେଙ୍ଗାନାର ନାରାୟଣପେଟରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଛି।

ସିମଲା/ହାଇଦ୍ରାବାଦ: ହିମାଚଳ ପ୍ରଦେଶ ଓ ତେଲେଙ୍ଗାନାରେ ଶୁକ୍ରବାର ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ହିମାଚଳର ଚମ୍ବା ଜିଲ୍ଲାରେ ୩.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ତେଲେଙ୍ଗାନାର ନାରାୟଣପେଟରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଚମ୍ବାରେ ସକାଳ ୬ଟା ୫୯ ମିନିଟ୍‌ରେ ଏବଂ ନାରାୟଣପେଟରେ ୬ଟା ୧୬ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଥିଲା। ତେବେ ଉଭୟ ସ୍ଥାନରେ ଭୂକମ୍ପର ତୀବ୍ରତା କମ୍ ଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ଖବର ମିଳିନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button