ମନୋରଞ୍ଜନ

Bhumi’s first horror film: ଭୂମିଙ୍କ ପ୍ରଥମ ଭୂତ ଚଳଚ୍ଚିତ୍ର

ବଲିଉଡ୍‌ରେ ଏବେ ଭୂତ ଚଳଚ୍ଚିତ୍ରର ଧାରା ବଜାୟ ରହିଛି। ଏହି ଧରଣର ଚଳଚ୍ଚିତ୍ରକୁ ନେଇ ନିର୍ମାତାଙ୍କ ଆଗ୍ରହ ବଢ଼ୁଛି। ଇମ୍ରାନ୍‌ ହାସମୀଙ୍କ ଫିଲ୍ମ ‘ରୁହ’ ଘୋଷଣା ପରେ ଅଭିନେତ୍ରୀ ଭୂମି...

ବଲିଉଡ୍‌ରେ ଏବେ ଭୂତ ଚଳଚ୍ଚିତ୍ରର ଧାରା ବଜାୟ ରହିଛି। ଏହି ଧରଣର ଚଳଚ୍ଚିତ୍ରକୁ ନେଇ ନିର୍ମାତାଙ୍କ ଆଗ୍ରହ ବଢ଼ୁଛି। ଇମ୍ରାନ୍‌ ହାସମୀଙ୍କ ଫିଲ୍ମ ‘ରୁହ’ ଘୋଷଣା ପରେ ଅଭିନେତ୍ରୀ ଭୂମି ପେଡ୍‌ନେକର ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି। ନୂଆ ହରର୍‌ ସିନେମା ‘ଜାନୀ ଦୁଶ୍ମନ୍‌: ଡର୍‌କେ ଆଗେ ମୌତ୍‌ ହୈ’ର ପ୍ରଥମ ଲୁକ୍‌ ପୋଷ୍ଟର ଜାରି ହୋଇଥିବାବେଳେ ଏଥିରେ ଭୂମିଙ୍କୁ ଦେଖିବାକୁ ମିଳିଛି। ୨୦୨୭ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା ଏହି ଚଳଚ୍ଚିତ୍ର ଭୂମିଙ୍କ ପ୍ରଥମ ହରର୍‌ ମୁଭି।

ମାଆ-ଝିଅଙ୍କ ବନ୍ଧନ ଓ ଭାବପ୍ରବଣତାକୁ ଆଧାର କରି ନିର୍ମିତ ଏହି ସିନେମାରେ ଅଲୌକିକ ଘଟଣା, ପରିବାର ସହ ଜଡ଼ିତ ଅତୀତର ଗୁପ୍ତ ରହସ୍ୟ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିବ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଅର୍ଶଦ ସୟଦ। ରବି ଗ୍ରେୱାଲ୍‌ କ୍ରିଏଟିଭ୍‌ ପ୍ରଡ୍ୟୁସର ଭାବେ ଯୋଡ଼ି ହୋଇଥିବା ବେଳେ ଆନ୍ତର୍ଜାତିକ ଆକ୍ସନ୍‌ ଓ ଷ୍ଟଣ୍ଟ୍‌ ବିଶେଷଜ୍ଞ ପିଟର ପେଡ୍ରେରୋ ମଧ୍ୟ ଏହି ପ୍ରକଳ୍ପରେ କାମ କରିବେ। ସେ ‘ହ୍ୟାରି ପଟର୍‌’, ‘ଫାଷ୍ଟ୍‌ ଆଣ୍ଡ୍‌ ଫ୍ୟୁରିଅସ୍‌’ ଓ ‘ଦ କନ୍‌ଜ୍ୟୁରିଂ’ ଭଳି ଅନ୍ତର୍ଜାତୀୟ ପ୍ରକଳ୍ପରେ କାମ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ‘ଜାନୀ ଦୁଶ୍ମନ୍‌’ ସିରିଜ୍‌ର ଦୁଇଟି ଫିଲ୍ମ ମୁକ୍ତିଲାଭ କରିସାରିଛି। ପ୍ରଥମ ଫିଲ୍ମ ୧୯୭୯ରେ ରିଲିଜ୍‌ ହୋଇଥିବା ବେଳେ ଦ୍ୱିତୀୟଟି ୨୦୦୨ରେ ମୁକ୍ତିଲାଭ କରିଥିଲା। ଏବେ ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଭାଗ ପରଦାକୁ ଆସିବାକୁ ଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button