ଦେଶ ବିଦେଶ

Boat accident: ଆନ୍ଧ୍ର ଉପକୂଳରେ ଦୁର୍ଘଟଣା: ଡଙ୍ଗା ବୁଡ଼ି ୭ ମତ୍ସ୍ୟଜୀବୀ ମୃତ

ବାତ୍ୟା ‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରରେ ଡଙ୍ଗା ବୁଡ଼ିଯିବାରୁ ୭ ଜଣ ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ମୋଟ ୯ ଜଣ ଥିବା ବେଳେ ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ...

ଅମରାବତୀ: ବାତ୍ୟା ‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରରେ ଡଙ୍ଗା ବୁଡ଼ିଯିବାରୁ ୭ ଜଣ ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ମୋଟ ୯ ଜଣ ଥିବା ବେଳେ ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏହି ସୂଚନା ଦେବା ସହ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ଉଦ୍ଧାର ଅଭିଯାନକୁ ଜୋରଦାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶମ୍ ଜିଲ୍ଲାର କୋଥାପଟ୍ଟନମ୍‌ ସମୁଦ୍ରତଟରେ ଡଙ୍ଗାଟି ଭାସି ଆସି କୂଳରେ ଲାଗିଥିଲା। ଗତ ତିନି ଦିନ ଧରି ଉଦ୍ଧାର ଓ ତଲାସି ଅଭିଯାନ ଚାଲିଥିବା ବେଳେ ଗୁରୁବାର ୫ଟି ମୃତଦେହ ଉଦ୍ଧାର ହୋଇଥିଲା। ଶୁକ୍ରବାର ଆଉ ୨ଟି ମୃତଦେହ ମିଳିବା ପରେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟ ଦୁଇ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନାହିଁ। ମୃତଦେହଗୁଡ଼ିକର ପରିଚୟ ନିଶ୍ଚିତ କରିବା ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି।

ଚେନ୍ନାଇର କାସିମେଡୁ ମତ୍ସ୍ୟଜୀବୀ ବନ୍ଦରରୁ ଅକ୍ଟୋବର ୨୯ରେ ଏହି ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ବାତ୍ୟା ମୁରାସୁ ଆସୁଥିବାରୁ ସେମାନଙ୍କ ଡଙ୍ଗା ଆନ୍ଧ୍ରପ୍ରଦେଶର ବନ୍ଦରଗୁଡ଼ିକରେ ଆଶ୍ରୟ ନେଇଥିଲା। ତିନୋଟି ଡଙ୍ଗା ରାମାୟାପଟ୍ଟନମ୍‌ ବନ୍ଦରରେ ଓ ଗୋଟିଏ ନିଜାମପଟ୍ଟନମ୍‌ ବନ୍ଦରରେ ରହିଥିଲା। ନଭେମ୍ବର ୩ ତାରିଖରେ ନିଜାମପଟ୍ଟନମ୍‌ରେ ଆଶ୍ରୟ ନେଇଥିବା ଡଙ୍ଗାର ୯ ଜଣ ମତ୍ସ୍ୟଜୀବୀ ଅନ୍ୟ ସାଥୀମାନଙ୍କ ସହ ଯୋଗଦେବା ପାଇଁ ରାମାୟାପଟ୍ଟନମ୍‌ ଅଭିମୁଖେ ବାହାରିଥିଲେ। ଏ ସମ୍ପର୍କରେ ଆନ୍ଧ୍ର କିମ୍ବା ତାମିଲନାଡ଼ୁର ଅଧିକାରୀଙ୍କୁ ସୂଚନା ଦେଇ ନଥିଲେ। ରାସ୍ତାରେ ପ୍ରବଳ ପବନ ଓ ଖରାପ ପାଗ ଯୋଗୁଁ ଡଙ୍ଗାଟି ସମୁଦ୍ରରେ ବୁଡ଼ିଯାଇଥିଲା।

ମୃତକମାନେ ତାମିଲନାଡ଼ୁର ହୋଇଥିବାରୁ ସେମାନଙ୍କ ଶବକୁ ନିଜ ଗାଁକୁ ପଠାଇବା ପାଇଁ ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କ ସହ ସମନ୍ୱୟ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦୁର୍ଘଟଣାରେ ତାମିଲନାଡ଼ୁ ସରକାର ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଶବଗୁଡ଼ିକୁ ସରକାରୀ ଖର୍ଚ୍ଚରେ ତାମିଲନାଡ଼ୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଜୋସେଫ୍‌ ବିଜୟ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button