Agnipath: ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କେବଳ କାର୍ଯ୍ୟରତ ଅଗ୍ନିବୀରଙ୍କ ପାଇଁ, ନୂଆ ନିଯୁକ୍ତିରେ ୪ ବର୍ଷିଆ ସେବା ଅବଧି ଜାରି ରହିବ
ଅଗ୍ନିପଥ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ନୂଆ ପରିବର୍ତ୍ତନ କେବଳ ବର୍ତ୍ତମାନ ସେନାରେ କାର୍ଯ୍ୟରତ ଅଗ୍ନିବୀରଙ୍କ ପାଇଁ ଲାଗୁ ହେବ। ଡିସେମ୍ବର ୨୦୨୬ ପରେ ନିଯୁକ୍ତି ପାଇବାକୁ ଥିବା ନୂଆ ଅଗ୍ନିବୀରମାନେ ପୂର୍ବଭଳି ୪ ବର୍ଷ ପାଇଁ ସେନାରେ କାର୍ଯ୍ୟ କରିବେ।

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ନୂଆ ପରିବର୍ତ୍ତନ କେବଳ ବର୍ତ୍ତମାନ ସେନାରେ କାର୍ଯ୍ୟରତ ଅଗ୍ନିବୀରଙ୍କ ପାଇଁ ଲାଗୁ ହେବ। ଡିସେମ୍ବର ୨୦୨୬ ପରେ ନିଯୁକ୍ତି ପାଇବାକୁ ଥିବା ନୂଆ ଅଗ୍ନିବୀରମାନେ ପୂର୍ବଭଳି ୪ ବର୍ଷ ପାଇଁ ସେନାରେ କାର୍ଯ୍ୟ କରିବେ। ଏହି ନିଯୁକ୍ତି ବ୍ୟବସ୍ଥାରେ ଏବେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ସେନାରେ କାର୍ଯ୍ୟରତ ଅଗ୍ନିବୀରଙ୍କ ୯ଟି ବ୍ୟାଚ୍କୁ ଅତିରିକ୍ତ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ। ପୂର୍ବ ବ୍ୟବସ୍ଥା ଅନୁସାରେ, ପ୍ରତି ବ୍ୟାଚ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ୪ ବର୍ଷ ପରେ ନିୟମିତ ସେନାରେ ସାମିଲ କରାଯିବାର ବ୍ୟବସ୍ଥା ରହିଥିଲା। ଏହି ନିୟମ ନୂଆ ନିଯୁକ୍ତି କ୍ଷେତ୍ରରେ ଅପରିବର୍ତ୍ତିତ ରହିବ। ଭବିଷ୍ୟତରେ ସେନାର ଆବଶ୍ୟକତା ଓ ପରିସ୍ଥିତି ଅନୁଯାୟୀ ଏହି ବ୍ୟବସ୍ଥାର ସମୀକ୍ଷା କରାଯାଇପାରେ। ତେଣୁ ନୂଆ ନିଯୁକ୍ତି ଆଶାୟୀମାନେ ଏବେଠାରୁ ଛଅ ବର୍ଷିଆ ସେବା ଅବଧି ଲାଗୁ ହୋଇଛି ବୋଲି ଧରିନେବା ଠିକ୍ ହେବ ନାହିଁ।
ସୌଜନ୍ୟ ସମ୍ବାଦ




