ରାଜ୍ୟ
ଧସିଲା ୪୦୦ ଫୁଟର ନଦୀବନ୍ଧ: ଆତଙ୍କରେ ୨୪ ଗାଁ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ପୁଣି ୪୦୦ ଫୁଟ ଲମ୍ବର ନଦୀବନ୍ଧ ବୈତରଣୀ ଗର୍ଭକୁ ଧସିଯାଇଛି। ଫଳରେ ସୁନ୍ଦରପୁର ସମେତ ଆଖପାଖ ୨୪ଟି ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଆରଡ଼ି: ଭଦ୍ରକଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ପୁଣି ୪୦୦ ଫୁଟ ଲମ୍ବର ନଦୀବନ୍ଧ ବୈତରଣୀ ଗର୍ଭକୁ ଧସିଯାଇଛି। ଫଳରେ ସୁନ୍ଦରପୁର ସମେତ ଆଖପାଖ ୨୪ଟି ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ନଦୀବନ୍ଧର ସୁରକ୍ଷା ପାଇଁ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ ଜରିପାଲ ଘୋଡ଼ାଯିବା ସହ ବାଲିବସ୍ତା ପକାଯାଇଥିଲା। ଏହି ଅସ୍ଥାୟୀ ପ୍ରତିକାର ସତ୍ତ୍ୱେ ଶୁକ୍ରବାର ସକାଳେ ବନ୍ଧରେ ପୁନର୍ବାର ଫାଟ ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ପ୍ରାୟ ୪୦୦ ଫୁଟ ଲମ୍ବର ପଥରପ୍ୟାକିଂ ବନ୍ଧ ୮ ଫୁଟ ନଦୀତଳକୁ ଖସିଯାଇଥିଲା।
ସୌଜନ୍ୟ ସମ୍ବାଦ




