ରାଜ୍ୟ

Passes Away: ପରଲୋକରେ ଡାକ୍ତର ପଦ୍ମାବତୀ ପଣ୍ଡା, ମୟୂରଭଞ୍ଜ ହରାଇଲା ଜଣେ କିମ୍ବଦନ୍ତୀ ଚିକିତ୍ସକ

ମୟୂରଭଞ୍ଜର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପଦ୍ମାବତୀ ପଣ୍ଡାଙ୍କ ପରଲୋକ। ହଜାର ହଜାର ମା’ ଓ ଶିଶୁଙ୍କ ସେବା କରି ସେ ଅମର ହୋଇରହିବେ। ଶେଷ ଦର୍ଶନ ପାଇଁ ତାଙ୍କ ମଧୁବନ ସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଏବଂ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

ବାରିପଦା: ନାହାନ୍ତି ଆଉ ପଦ୍ମା ଦିଦି। ସବୁରି ପ୍ରିୟ, ସବୁରି ଜଣାଶୁଣା ଡାକ୍ତର ପଦ୍ମାବତୀ ପଣ୍ଡା ମଧୁବନ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୮୦ ଏବଂ ୯୦ ଦଶକରେ ମୟୂରଭଞ୍ଜ ଜିଲ୍ଲାର ଚିକିତ୍ସା ଇତିହାସରେ ସେ ଥିଲେ ଜଣେ କିମ୍ବଦନ୍ତୀ ମହିଳା। ଜଣେ ଦକ୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ସେ ହଜାର ହଜାର ମା’ ଓ ଶିଶୁଙ୍କୁ ନୂଆ ଜୀବନ ଦେଇଥିଲେ। କେବଳ ରୋଗୀ ସେବା ନୁହେଁ, ବରଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ତାଙ୍କର ଦବଦବା ଓ ଦକ୍ଷତା ଥିଲା ଅତୁଳନୀୟ। ସେତେବେଳର ସମୟରେ ଡାକ୍ତରୀ ନିଷ୍ପତ୍ତି ହେଉ କିମ୍ବା ପ୍ରଶାସନିକ ପରାମର୍ଶ—ସବୁଥିରେ ତାଙ୍କର ନିର୍ଣ୍ଣାୟକ ଭୂମିକା ରହୁଥିଲା।

ଜଣେ ନିଃସ୍ୱାର୍ଥପର ସେବିକାଙ୍କୁ ହରାଇଛି

ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ଏତେ ପ୍ରଖର ଥିଲା ଯେ, ବଡ଼ ବଡ଼ ଅଧିକାରୀଙ୍କଠାରୁ ଆରମ୍ଭ କରି ସହକର୍ମୀ ଡାକ୍ତରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପରାମର୍ଶକୁ ଅପେକ୍ଷା କରି ରହୁଥିଲେ। ଆଜି ତାଙ୍କ ବିୟୋଗରେ ମୟୂରଭଞ୍ଜ ଏକ ଅଭିଭାବକ ତଥା ଜଣେ ନିଃସ୍ୱାର୍ଥପର ସେବିକାଙ୍କୁ ହରାଇଛି। ଶେଷ ଦର୍ଶନ ପାଇଁ ତାଙ୍କ ମଧୁବନ ସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଏବଂ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button