ଦେଶ ବିଦେଶ

Pollution in Diwali: ଦୀପାବଳିରେ ଆହୁରି ବିଷାକ୍ତ ହେଲା ଆକାଶ‌; ଖରାପ ସ୍ତରରେ ପହଞ୍ଚିଲା AQI

ଆଲୋକର ପର୍ବ ଦୀପାବଳିରେ ବାୟୁମଣ୍ଡଳ ଆହୁରି ବିଷ‌ାକ୍ତ ହୋଇଛି। ରବିବାର ରାତିରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଖରାପ ସ୍ତରରେ ପହଞ୍ଚିଛି।

ନୂଆଦିଲ୍ଲୀ/ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିରେ ବାୟୁମଣ୍ଡଳ ଆହୁରି ବିଷ‌ାକ୍ତ ହୋଇଛି। ରବିବାର ରାତିରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଖରାପ ସ୍ତରରେ ପହଞ୍ଚିଛି। ଦୀପାବଳି ଅବସରରେ ଆଜି ସନ୍ଧ୍ୟା ପରଠାରୁ ରାତିଯାଏ ମାତ୍ରାଧିକ ବାଣ ଫୁଟାଇବା ହେଉଛି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ।

ନୂଆଦିଲ୍ଲୀରେ ଧୂଆଁ ମୋଟା ଚାଦର ଭଳି ପରିସ୍ଥିତି ସୃଷ୍ଟି କରିଛି। ସନ୍ଧ୍ୟା ସମୟରେ ଦିଲ୍ଲୀର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୭୬ ରେକର୍ଡ କରାଯାଇଥିଲା। ଏହି ସ୍ତରକୁ ଖରାପ ସ୍ତର କୁହାଯାଇଥାଏ। ତେବେ ଦୀପାବଳିରେ ବାଣ ଫୁଟାଇବା, ଯାନବାହନରୁ ନିର୍ଗତ କାର୍ବନଡାଇଅକ୍ସାଇଡ ଏବଂ ନଡା ଜଳିବା କାରଣରୁ ସୋମବାର ବାୟୁ ଗୁଣବତ୍ତା ଆହୁରି ଖରାପ ସ୍ତରରେ ପହଞ୍ଚିବାର ଅନୁମାନ କରାଯାଉଛି।

ଅମାନିଆ ହେଲେ ଲୋକେ
ବିଗତ ବର୍ଷଗୁଡ଼ିକ ଭଳି ଜନସାଧାରଣ ପୁଣି ଥରେ ଅମାନିଆ ହୋଇଛନ୍ତି। ସୁପ୍ରିମ୍‌କୋର୍ଟର ମାର୍ଗଦର୍ଶିକାକୁ ବେଖାତିର କରିଛନ୍ତି। ପ୍ରଦୂଷଣକୁ ମଧ୍ୟ ଖାତିର କରି ନାହାନ୍ତି। ଅବସର ହେଉଛି ପବିତ୍ର ଦୀପାବଳି। ଆଲୋକର ପର୍ବ ‘ଦୀପାବଳି’ ପାଇଁ ଆଜି ପୂରା ଭାରତବର୍ଷ ଉତ୍ସବମୁଖର ହୋଇ ଉଠିଛି। ଗାଁରୁ ସହର ଯାଏଁ ଚାରିଆଡ଼େ ଆଲୋକ ଦେଖାଯାଉଛି। ଘରଗୁଡ଼ିକ ସାଜସଜ୍ଜାରେ ଚମକୁ ଥିବା ବେଳେ ଅମାନିଆ ଲୋକଙ୍କର ପାଇଁ ଆକାଶ ମଧ୍ୟ ରଂଗୀନ ଦେଖାଯାଉଛି। ଆକାଶରୁ ଶୁଭୁଛି ଢୋ…ଢ଼ା। ଉତ୍ସବ ପାଳନ ପାଇଁ ଜନସାଧାରଣ କଟକଣାକୁ ମାନୁ ନାହାନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟ ନିକଟରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଏହି ଅନୁସାରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିଲା। ତେ‌ବେ କୋର୍ଟଙ୍କ ଏହି ଗାଇଡଲାଇନ୍‌କୁ ଜନସାଧାରଣ ପାଳନ କରି ନାହାନ୍ତି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଅମାନିଆ ହୋଇ ପଡ଼ିଛନ୍ତି। ସଂଜ ନଇଁଲା ପରଠାରୁ ଆକାଶ ବାଣ ଫୁଟୁଛି। ଶଦ୍ଦତରଙ୍ଗରେ କାନ ଫାଟି ପଡୁଛି। ଗାଁ ତୁଳନାରେ ସହରରେ ଅଧିକ ଶଦ୍ଦ ତରଙ୍ଗ ସୃଷ୍ଟି ହୋଇଛି।

ପ୍ରଦୂଷଣ ପାଇଁ ଚିନ୍ତାର ବିଷୟ
ଦୀପାବଳିରେ ଏଭଳି ସ୍ଥିତି ଦେଖାଯାଇଛି, ଯାହା ପ୍ରଦୂଷଣ ପାଇଁ ଚିନ୍ତାର ବିଷୟ। ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ବର, କଟକ, ରାଉରକେଲା, ଅନୁଗୁଳ ଭଳି ସହରାଞ୍ଚଳର ଆକାଶ ଧୂସର ରଂଗ ଧାରଣ କରିଛି। ତେଣୁ ଆଶଙ୍କା ବୃଦ୍ଧି କରାଯାଉଛି ଯେ, ରାତି ୧୧ଟା ବେଳକୁ ଏହି ସବୁ ସହରଗୁଡ଼ିକରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଦଜନକ ସ୍ଥିତିରେ ପହଞ୍ଚି ଯାଇ ପାରେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button